ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚାକିରି ପାଇଁ ଜମି ଲାଞ୍ଚ ମାମଲା: ତେଜସ୍ବୀଙ୍କୁ ୮ ଘଣ୍ଟା ଜେରା, ୬୦ ପ୍ରଶ୍ନ

ପାଟଣା: ବହୁ ଚର୍ଚ୍ଚିତ ‘ଚାକିରି ପାଇଁ ଜମି’ ଦୁର୍ନୀତି ମାମଲ‌ାରେ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଜେରା କରିଛି। ଏହି ସମୟ ମଧ୍ୟରେ ୧୨ ଜଣ ଅଧିକାରୀ ମାମଲା ସମ୍ପର୍କରେ ୬୦ଟି ପ୍ରଶ୍ନ ପଚାରିଥିଲେ। ତେଜସ୍ବୀଙ୍କ ପିତା ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ଚାକିରି ପାଇଁ ଲାଞ୍ଚ ନିମନ୍ତେ ଟଙ୍କା ବଦଳରେ ଜମି ନେଇଥିବା ଅଭିଯୋଗ ହୋଇଥିଲା। ଲାଲୁ ଯାଦବ ଏହି ଜମିଗୁଡ଼ିକୁ ନିଜର ପତ୍ନୀ ରାବିଡ଼ି ଦେବୀ, ଝିଅ ମିସା ଭାରତୀ, ହେମା ଯାଦବ ଓ ଦୁଇ ପୁଅଙ୍କ ନାମକୁ ହସ୍ତାନ୍ତର କରିଥିଲେ।

ଏହି ମାମଲାରେ ସୋମବାର ଲାଲୁଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଜେରା କରିଥିଲା। ଆଜି ତେଜସ୍ବୀଙ୍କୁ ଜେରା ଚାଲିଥିବା ବେଳେ କାର୍ଯ୍ୟାଳୟ ବାହାରେ ଦଳର ଅନେକ ବରିଷ୍ଠ ନେତା ଓ ଶତାଧିକ ସମର୍ଥକ ଅପେକ୍ଷା କରି ରହିଥିଲେ। ଅପରାହ୍‌ଣରେ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସିଆର୍‌ପିଏଫ୍‌ ଯବାନ ମୁତୟନ କରାଯାଇଥିଲା। ଜାନୁଆରି ୧୯ ତାରିଖରେ ‌ଦିଆଯାଇଥିବା ଇଡି ନୋଟିସ ଅନୁସାରେ ଆଜି ପୂର୍ବାହ୍ନ ୧୧ଟାରେ ତେଜସ୍ବୀ ପାଟଣାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେଜସ୍ବୀ ଅଧିକାଂଶ ପ୍ରଶ୍ନକୁ ଏଡ଼ାଇ ଯାଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ