ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଚର୍ମ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରିଥାଏ ଗୋଲାପ ପାଖୁଡା

ଭୁବନେଶ୍ୱର ୦୯/୦୪ : ସବୁବେଳେ ଫଳ ଏବଂ ପନିପରିବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହାଇଥାଏ ବୋଲି ଆମେ ଜାଣିଥାଉ କିନ୍ତୁ ଫୁଲଦ୍ୱାରା ସ୍ୱାସ୍ଥ୍ୟକୁ ଲାଭ ମିଳିବା ଖୁବ୍ କମ୍ ଶୁଣାଯାଇଥାଏ । ଫୁଲ ମଧ୍ୟ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୁର କରିଥାଏ । ତେବେ ଆସନ୍ତୁ ଜାଣିବା ଗୋଲାପ ଫୁଲରୁ ମିଳୁଥିବା କିଛି ଳାଭ…

ଗୋଲାପ ପାଖୁଡାର ପ୍ରୟୋଗ ଦ୍ୱାରା ଚର୍ମ ସମ୍ବନ୍ଧିତ ବିଭିନ୍ନ ରୋଗକୁ ଦୂର କରାଯାଇଥାଏ । ଗୋଲାପ ପାଖୁଡା ଗୁଡିକ ଚର୍ମକୁ ଥଣ୍ଡା ରଖିବା ସହିତ, ଏଥିରୁ ପ୍ରସ୍ତୁତ ଗୁଲକନ୍ଦ ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଛାତି ପୋଡିବା, ବାନ୍ତି, ଗଳା ପୋଡିବା ଭଳି ରୋଗରେ ମଧ୍ୟ ଗୋଲାପ ଫୁଲର ରସ ଅମୃତ ଭାବରେ କାମ କରିଥାଏ ।
-ଶରୀର କୁଣ୍ଡାଇ ହେଉଥିଲେ ଗୋଲାପର ରସ ଲେମ୍ବୁ ରସ ସହିତ ମିଶାଇ ଲଗାଇବା ଦ୍ୱାରା କୁଣ୍ଡାଇ ହେବା ଠିକ୍ ହୋଇଯାଇଥାଏ ।

-ଗୋଲାପ ଜଳରେ ୧କପ୍ କମଳା ରସ, ୧/୪ ଚୂନ ପାଣି ମିଶାଇ ଏହି ମିଶ୍ରଣକୁ 2 ଥର ପିଇବା ଦ୍ୱାରା ବାନ୍ତି, ଗଳା ପୋଡିବା ଏବଂ ହୃଦଘାତ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯେଉଁ ମାନଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ରହିଥାଏ ସେମାନେ ଖାଦ୍ୟ ଖାଇ ସାରିବାପରେ ଗୁଲକନ୍ଦ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ ।
-କାନ ଯନ୍ତ୍ରଣା ହେଉଥିଲେ ଗୋଲାପ ପାଖୁଡାର ରସକୁ କିଛି ବୁନ୍ଦା ପକାଇବା ଦ୍ୱାରା ଆରାମ ମିଳିଥାଏ ।
-ଗୋଲାପ ଫୁଲ, ଲବଙ୍ଗ, ଚିନି ଏବଂ ଗୋଲାପ ଜଳର ବୁନ୍ଦା ମିଶାଇ ଟାବଲେଟ୍ ପ୍ରସ୍ତୁତ କରନ୍ତୁ । ଯଦି ପାଟିରୁ ଦୁର୍ଗନ୍ଧ ଆସୁଥାଏ , ତେବେ ଏହାକୁ ଖାଇବା ଦ୍ୱାରା ପାଟିର ଗନ୍ଧ ଦୂର ହୋଇଥାଏ ।
ଶରୀର ପୋଡା ହେଉଥିଲେ ଗୋଲାପ ଜଳ ଏବଂ ଚନ୍ଦନକୁ ମିଶାଇ ପୋଡା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।
-ମୁଣ୍ଡ ବିନ୍ଧା ହେଉଥିଲେ ଧଳା ଚନ୍ଦନ ରେ କର୍ପୁର ଏବଂ ଗୋଲାପ ଜଳ ମିଶାଇ ମଥାରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା କମିଯାଇଥାଏ ।
-ଅତ୍ୟଧିକ ଗରମ ହେବା କିମ୍ବା ଗରମରେ ଏଲର୍ଜୀ ହେଉଥିଲେ ୧୦ଗ୍ରାମ୍ ଗୋଲାପ ପାଖୁଡା, ୫ଟି ଅଳେଇଚ ଏବଂ ଗୋଲମରିଚ,୧୦ଗ୍ରାମ୍ ମିଶ୍ରିକୁ ମିଶ୍ରଣ କରି ଏହାକୁ ପେଷି ପ୍ରତ୍ୟେକ ୪ଘଣ୍ଟାରେ ପାଣିସହ ମିଶାଇ ପିଅନ୍ତୁ , ଆରାମ ମିଳିବ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ