ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ: ନିର୍ବାଚନ ଆଚରଣବିଧି ଅବଧି ମଧ୍ୟରେ ପଦୋନ୍ନତି ପ୍ରକ୍ରିୟା

ବୌଦ୍ଧ : ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ପଦ ନିର୍ବାଚନ ଉପରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାବାସୀଙ୍କ ନଜର ରହିଛି। ନିର୍ବାଚନ ଯୋଗୁଁ ବର୍ତ୍ତମାନ ଆଚରଣ ବିଧି ଲାଗୁ ରହିଛି। ଉପସଭାପତି ନିର୍ବାଚନ ପରେ ଏହି ଅବଧି ହଟିବ। ଏଭଳି ସମୟରେ ବ୍ୟାଙ୍କର ମୁଖ୍ୟନିର୍ବାହୀ ଅଧିକାରୀ (ସିଇଓ) ବ୍ୟାଙ୍କର ୨୦ ଜଣ ଅଧିକାରୀ ଓ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାରେ ସାକ୍ଷାତକାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସମୟରେ ତରବରିଆ ଭାବରେ ଅଧିକାରୀ ଓ କର୍ମଚାରୀ ସାକ୍ଷାତକାର କରାଇବା ନେଇ ସିଇଓଙ୍କ କାର୍ଯ୍ୟକଳାପ ସନ୍ଦେହଘେରକୁ ଆସିଛି।

ସୂଚନା ଅନୁସାରେ, ସମବାୟ ନିର୍ବାଚନ ଚାଲୁଥିବାରୁ ଏଭଳି ସମୟରେ ଅଧିକାରୀ ଓ କର୍ମଚାରୀଙ୍କ ପଦୋନ୍ନତି ପାଇଁ କୌଣସି ପ୍ରକିୟା କରାଯାଇ ପାରିବ ନା ନାହିଁ, ସେ ବିଷୟରେ ବ୍ୟାଙ୍କ ସିଇଓ ପତ୍ର ସଂଖ୍ୟା ୧୩୦୮/୧୮.୯.୨୨ରେ ରାଜ୍ୟ ସମବାୟ ନିର୍ବାଚନ କମିସନଙ୍କୁ ପଚାରିଥିଲେ। ନିର୍ବାଚନ କମିସନ ପତ୍ର ସଂଖ୍ୟା ୨୮୪୩/ଏସ୍‌ସିଇସି-ଇଲେକ୍ସନ-୨୨-୧୦/୨୦୨୨/୧୯.୯.୨୨ରେ ଏହାର ଜବାବ ଦେଇଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଥିବାରୁ ବୌଦ୍ଧ ସମବାୟ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା ଉପସଭାପତି ନିର୍ବାଚନ ପରେ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ନିର୍ବାଚନ କମିସନଙ୍କ ଚିଠି ପାଇବାପରେ ମଧ୍ୟ ବ୍ୟାଙ୍କ ସିଇଓ ତରବରିଆ ଭାବରେ ଏକ ଚିଠି ଜାରି କରିଛନ୍ତି। ଚିଠି ସଂଖ୍ୟା ୧୬୬୯/୧୦.୧୧.୨୨ରେ ୨୦ ଜଣ ଅଧିକାରୀ ଓ କର୍ମଚାରୀଙ୍କ ନାମ ଓ ପଦବି ରହିଛି। ଚିଠି କରିବା ଦୁଇଦିନ ପରେ ଅର୍ଥାତ୍‌ ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ଚାକିରି ପଦୋନ୍ନତି ପାଇଁ ଅନୁଷ୍ଠିତ ସାକ୍ଷାତକାରରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସିଇଓଙ୍କ ଏଦାଦୃଶ ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୌଦ୍ଧ ଜନ ଅଧିକାରୀ ସୁରକ୍ଷା ମଞ୍ଚ ଏଥିରେ ପ୍ରତିବାଦ କରିଛି। ମଞ୍ଚର ଆବାହକ ସତ୍ୟଜିତ ପଣ୍ଡା ଜିଲ୍ଲାପାଳ ତଥା ବ୍ୟାଙ୍କର ମୁଖ୍ୟ ପ୍ରଶାସକଙ୍କୁ ଲିଖିତ ଭାବରେ ଜଣାଇ ପଦୋନ୍ନତି ପ୍ରକ୍ରିୟା ବାତିଲ୍‌ କରିବାକୁ ଦାବି କରିଛନ୍ତି। ଏ ବିଷୟରେ ବ୍ୟାଙ୍କ ସିଇଓ ନିରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରେ ଏହାପୂର୍ବରୁ ଚାଲି ଆସିଥିବା ପ୍ରକ୍ରିୟାର ଅଂଶବିଶେଷ। ୨୦୨୦ ଫେବ୍ରୁଆରି ୫ ତାରିଖରେ ପ୍ରଥମେ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସାକ୍ଷାତକାର ନେବା ଏହି ପ୍ରକ୍ରିୟାର ଅଂଶ ବିଶେଷ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।