ଦେଶ ବିଦେଶ ମନୋରଞ୍ଜନ

ଚର୍ଚ୍ଚାରେ ଦୀପିକାଙ୍କ ୨୫ ହଜାର ଟଙ୍କାର ମାସ୍କ

ବଲିଉଡ୍‌ ଅଭି‌ନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି। ଏହାବ୍ୟତୀତ ତାଙ୍କ ଫ୍ୟାସନ୍, ଲୁକ୍ ଓ ଷ୍ଟାଇଲ୍‌ ମଧ୍ୟ ଅନ୍ୟ କଳାକାରଙ୍କଠାରୁ ଭିନ୍ନ ହୋଇଥିବାରୁ ସେ ସର୍ବଦା ଚର୍ଚ୍ଚାର ପରିଧିରେ ରୁହନ୍ତି। କିନ୍ତୁ ଏବେ ଦୀପିକାଙ୍କ କଳା ରଙ୍ଗର ମାସ୍କ୍‌ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡିଂ କରୁଛି। ଦୀପିକାଙ୍କ ମାସ୍କର ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କା ହେବ ବୋଲି କୁହାଯାଉଛି। କଳା ମାସ୍କ ସାଙ୍ଗକୁ କଳା ରଙ୍ଗର ଡ୍ରେସ୍‌ର ଆଉଟ୍‌ଫିଟ୍‌ରେ ପ୍ରଶଂସକ ତାଙ୍କ ଉପରେ ଫିଦା ହୋଇଯାଇଛନ୍ତି। ସେହିଭଳି ତାଙ୍କ ହ୍ୟାଣ୍ଡବ୍ୟାଗ୍‌ର ଦାମ୍ ମଧ୍ୟ ଦୁଇ ଲକ୍ଷ ଟଙ୍କା। ମହଙ୍ଗା ଆଉଟ୍‌ଫିଟ୍‌ରେ ଦେଖାଯାଇଥିବା ଏହି ହିରୋଇନ୍ ଆଗାମୀ ଦିନରେ ମଧ୍ୟ ଉଚ୍ଚ ବଜେଟ୍‌ ସଂପନ୍ନ ଚଳଚ୍ଚିତ୍ର ‘ରାମାୟଣ’‌ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୩୦୦ କୋଟି ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ