ରାଜ୍ୟ ସ୍ପେଶାଲ ରିପୋର୍ଟ

ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଗତମାସ ୭ ତାରିଖରେ ସାପ କାମୁଡ଼ାରେ କେ.ବାସନ୍ତୀ ପାତ୍ର (୨୩) ଓ ତାଙ୍କ ଦୁଇବର୍ଷର ଝିଅ ଦେବସ୍ମିତା ପ୍ରାଣ ହରାଇଥିଲେ। ତେବ‌େ ଏହା କୌଣସି ଅଘଟଣ ନଥିଲା, ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଦେଢ଼ମାସ ପରେ ମାରାଥନ୍ ତଦନ୍ତରୁ ଜାଣିବାକୁ ପାଇଛି। ଚରିତ୍ରକୁ ସନ୍ଦେହ କରି ପତ୍ନୀ ଓ ଝିଅ ପାଖକୁ ନାଗସାପ ଛାଡ଼ି କେ.ଗଣେଶ ପାତ୍ର ଉଭୟଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୁକ୍ତ ଗଣେଶକୁ ପଚରାଉଚରା ପରେ ସେ ନିଜ ଦୋଷ ସ୍ବୀକାର କରିଛି। ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଭାତ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅଢ଼େଇପର ଗ୍ରାମର ବି.ଖଲି ପାତ୍ରଙ୍କ ଦ୍ବିତୀୟ ଝିଅ ବାସନ୍ତୀ ଉକ୍ତ ଗ୍ରାମର କେ.ଧନୁ ପାତ୍ରଙ୍କ ସାନପୁଅ ଗଣେଶକୁ ୩ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ବାସନ୍ତୀଙ୍କ ଚରିତ୍ର ଉପରେ ଗ‌‌ଣେଶ ସନ୍ଦେହ କରିଆସୁଥିଲା। ଏହାମଧ୍ୟରେ ସେମାନଙ୍କ ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲେ ହେଁ, ସନ୍ତାନକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଥିଲା। ଗତବର୍ଷ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ବାସନ୍ତୀ ସ୍ବାମୀ ନାମରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ। କିନ୍ତୁ ଝଗଡ଼ା ନକରିବାକୁ ଗଣେଶ ଥାନାରେ ଲିଖିତନାମା ଦେଇ ଧାରା ୪୧ରେ ଜାମିନରେ ଆସିଥିଲା। ଏଥି‌ରେ ବାସନ୍ତୀଙ୍କ ବାପା ଖଲି ବି ହସ୍ତ‌କ୍ଷେପ କରିଥିଲେ। ଏହାପରେ ପତିପତ୍ନୀ ଏକାଠି ରହୁଥିଲେ। ତେବେ ମାମଲାକୁ ପ୍ରତ୍ୟାହାର କରିବାକୁ ଗଣେଶ ବହୁ ସମୟରେ ବାସନ୍ତୀଙ୍କ ଉପରେ ଚାପ ପକାଇବା ସହ ୨ ବର୍ଷର ଝିଅକୁ ମାରିଦେବି ବୋଲି ଧମକ ଦେଇଆସୁଥିଲା। ତଥାପି ବାସନ୍ତୀ ମାମଲା ପ୍ରତ୍ୟାହାର କରି ନଥିଲେ।

ଗତମାସ ୬ ତାରିଖରେ ଗଣେଶ ପୋଲସରା ଥାନା ମୁକ୍ତାମାଳଦେଇପୁରଶାସନ ଗ୍ରାମର ଜଣେ ସାପଧରାଳିଠୁ ୨ହଜାର ଟଙ୍କା ଦେଇ କୋଳଥିଆ ନାଗସାପ କିଣି ଆଣି ଡବାରେ ରଖିଥିଲା। ୭ ତାରିଖ ଭୋର୍ ୫ଟା ବେଳେ ହାତରେ କପଡ଼ା ଗୁଡ଼ାଇ ସାପକୁ ଧରି ପତ୍ନୀ ଓ ଝିଅ ପାଖକୁ ଆଣିଥିଲା। ଶୋଇଥିବା ଅବସ୍ଥାରେ ବାସନ୍ତୀଙ୍କୁ ସାପଟି କାମୁଡ଼ିଥିବା ବେଳ‌େ ସେ କାଳେ ଚିତ୍କାର କରିବେ, ଏଥିପାଇଁ ତାଙ୍କ ଗଳାକୁ ଗଣେଶ ଚିପିଦେଇଥିଲା। ପରେ ସାପ କାମୁଡ଼ା ମାଧ୍ୟମରେ ଝିଅର ଜୀବନ ନେଇଥିଲା। ନିଜେ ପାଟି କରିବା ସହ ସାପଟିକୁ ବାଡ଼ିରେ ମାରିଦେଇଥିଲା। ବାସନ୍ତୀ ଓ ଦେବସ୍ମିତାଙ୍କୁ ହିଞ୍ଜିଳିକାଟୁ ଥାନାରେ ମୃତ ଘୋଷଣା କରାଯାଇଥିଲା। ପୁଲିସ ଏହାକୁ ଦୁର୍ଘଟଣା ଭଳି ଗ୍ରହଣ କରି ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା।

ତେବେ ଗ‌ଣେଶର ଗତିବିଧିକୁ ନେଇ ସନ୍ଦେହ ଉପୁଜିବାରୁ ଗତ ୧୨ ତାରିଖରେ ମୃତକଙ୍କ ବାପା ଖଲି ଥାନାରେ ଏକ ଏତଲା ଦେଇଥିଲେ। ବାସନ୍ତୀ ଓ ଦେବସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ କବିସୂର୍ଯ୍ୟନଗର ଥାନାରେ କେସ୍ ନମ୍ବର ୬୧୫ରେ ମାମଲା ରୁଜୁ ହୋଇଥିଲା। ଗତ ରବିବାର ଦିନ ସ୍ନେକ ହେଲ୍ପଲାଇନ୍ ସାଧାରଣସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ଦକ୍ଷିଣ ଓଡ଼ିଶା ସଂଯୋଜକ ସ୍ଵାଧୀନ କୁମାର ସାହୁ ସମେତ ପାଞ୍ଚଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ଗଣେଶକୁ ପଚରାଉଚରା ପରେ ସେ ଦୋଷ ସ୍ବୀକାର କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।