ଅପରାଧ ରାଜ୍ୟ

ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ହାଣିଲା ସ୍ୱାମୀ, କଟା ମୁଣ୍ଡ ସହ କାବୁ କଲେ ଲୋକେ

ଢେଙ୍କାନାଳ ୧୬।୦୭: ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ସ୍ୱାମୀ। ଆଜି ଭୋର ସମୟରେ ଏପରି ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ । ଅଭିଯୁକ୍ତ ସ୍ୱାମୀ ଜୋରନ୍ଦା ଫାଣ୍ଡି ଅଭିମୁଖେ ଯାଉଥିବା ବେଳେ ବାଟରେ ଜଂଖିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକେ ଏହି ପତ୍ନୀହନ୍ତାକୁ କାବୁ କରିଥିବା ଜଣାପଡ଼ିଛି । ଖବର ପାଇ ପୁଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ କଟା ମୁଣ୍ଡ ଓ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା କଟୁରି ଜବତ କରିଛନ୍ତି । ହତ୍ୟାକାଣ୍ଡ ଘଟିଥିବା ଚନ୍ଦ୍ରଶେଖରପୁର ଗ୍ରାମରେ ପୁଲିସ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ହେଲେ ଚନ୍ଦ୍ରଶେଖରପୁର ଗ୍ରାମର ସଚଳା ମାଝୀ । ଗିରଫ ଅଭିଯୁକ୍ତ ହେଲେ ମୃତ ସଚଳାଙ୍କ ସ୍ୱାମୀ ନାକଫୋଡି ମାଝୀ ।

ସୂଚନାନୁଯାୟୀ, ସଚଳାଙ୍କର ଗୋଟିଏ ଝିଅ ବିବାହ କରି ସାରିଥିବା ବେଳେ ପୁଅ ବାହାରେ ରହି କାମ କରୁଛନ୍ତି । ସ୍ୱାମୀ ସ୍ତ୍ରୀ ଘରେ ରହୁଥିବାବେଳେ ସଚଳାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟ ପତି ପତ୍ନୀ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ। ଫଳରେ ପତ୍ନୀଙ୍କ ଚରିତ୍ରରେ ବିତ ସ୍ପୃହ ହୋଇ ନାକ ଫୋଡି ତାଙ୍କ ପତ୍ନୀଙ୍କୁ ଏପରି ଜଘନ୍ୟ ଭାବେ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।