ଅପରାଧ ଦେଶ ବିଦେଶ

ଚମ୍ପଟ ମାରିଲା ଲମ୍ପଟ ସ୍ତ୍ରୀ; ସ୍ବାମୀକୁ ଠକି ଘରୁ ଟଙ୍କା ନେଇ ଫେରାର୍‌ ହେଲା ମାଟ୍ରିମୋନିଆଲ୍‌ରୁ ମିଳିଥିବା ସୁନ୍ଦରୀ ପତ୍ନୀ

ଫରିଦାବାଦ୍‌: ମାଟ୍ରିମୋନିଆଲ୍‌ ବିବାହ ଯେ‌ତିକି ଭଲ, ସେତିକି ଖରାପ ମଧ୍ୟ। କାହାକୁ ଏହି ମାଟ୍ରିମୋନଆଲ୍‌ ସାଇଟ୍‌ଗୁଡ଼ିକରେ ଉତ୍ତମ ଜୀବନସାଥୀ ମିଳିଥାନ୍ତି ତ କାହାର କପାଳ ଫୁଟିଯାଏ। ୨ ବର୍ଷ ତଳେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ବିବାହ କରିଥିବା ଜଣେ ପୁରୁଷ ଏବେ ତା’ର କୁପ୍ରଭାବ ଭୋଗୁଛନ୍ତି।

ଘଟଣାଟି ହେଉଛି ହରିଆଣାର ଫରିଦାବାଦ୍‌ର। ଜ‌ାଣିବାକୁ ମିଳିଛି ଯେ ଫରିଦାବାଦ୍‌ର ଅଜୟ କୁମାର ୨୦୨୦ ମସିହାରେ ମାଟ୍ରିମୋନିଆଲ୍‌ ସାଇଟ୍‌ ଜରିଆରେ ଜଣେ ଯୁବତୀଙ୍କୁ ବିବାହ କଲେ। ମାତ୍ର ଦୁଃଖର କଥା ହେଉଛି ଯୁବତୀ ଜଣକ ବାହାରିଲେ ଜଣେ ଲୁଟେରା କନ୍ୟା। ଅଜୟ ଅଭିଯୋଗ ଆଣିଛନ୍ତି ଯେ ଯେଉଁ ମହିଳାଙ୍କୁ ସେ ମାଟ୍ରିମୋନିଆଲ୍‌ରେ ଦେଖିବା ପରେ ପସନ୍ଦ କରି ବିବାହ କରିଥିଲେ ସେ ତାଙ୍କ ଘରୁ ୧୨ ଲକ୍ଷ ଟଙ୍କା ନେଇ ଫେରାର୍‌ ହୋଇ ଯାଇଛନ୍ତି।

ମହିଳା ଜଣଙ୍କ ପୂର୍ବରୁ ବିବାହ କରି ସାରିଥିଲେ। ତାଙ୍କର ୩ ପିଲା ମଧ୍ୟ ଥିଲେ। ଅଜୟ ବାରମ୍ବାର ତାଙ୍କୁ କହୁଥିଲେ ଯେ ତୁମ ପ୍ରଥମ ପତିଙ୍କ ସହ ହୋଇଥିବା ଛାଡ଼ପତ୍ର ମୋତେ ଦେଖାଅ। ମାତ୍ର ମହିଳା ଜଣକ ଆଡୁସାଡୁ କହି ଏଡ଼େଇ ଚାଲୁଥିଲେ। ମହିଳା ଜଣକ ବାହାନା ବନାଇ ଆସୁଥିଲେ ଓ ଶେଷରେ ୨୦୨୧ ଅଗଷ୍ଟ ମାସରେ ଅଜୟଙ୍କ ଘରୁ କଳାକନା ବୁଲେଇ ୧୨ ଲକ୍ଷ ଟଙ୍କା ନେଇ ଫେରାର୍‌ ହୋଇ ଯାଇଛନ୍ତି।

ଅଜୟ ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ମାଟ୍ରିମୋନିଆଲ୍‌ ବିବାହ ଉପରୁ ଲୋକଙ୍କ ଆସ୍ଥା ଉଠିବାରେ ଲାଗିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ