ଅପରାଧ ରାଜ୍ୟ

ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲମ୍ବିତ

ଦେଓଗାଁ: ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବନାଥ ବୁଦ୍ଧିଆ ନିଲମ୍ବିତ ହୋଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ମାତ୍ର ୧୦ ମାସ ତଳେ ଦେଓଗାଁ ବ୍ଳକ କୁତୁର୍ଲା ପଞ୍ଚାୟତ ବହଲି ସ୍କୁଲର ଶିକ୍ଷକ ବିଶ୍ବନାଥ ବୁଦ୍ଧିଆ ପଦୋନ୍ନତି ପାଇ ଏହି ପଞ୍ଚାୟତର ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲେ। ହେଲେ ଶ୍ରୀ ବୁଦ୍ଧିଆ କିଛି ଦିନ ହେଲା ସ୍କୁଲର ବିଭିନ୍ନ କୋମଳମତୀ ଛାତ୍ରୀଙ୍କୁ ଉପରେ ଖରାପ ନଜର ପକାଇ ଥିବା ଅଭିଯୋଗ ହୋଇ ଆସୁଥିଲା।

ଗତ ୨୨ ତାରିଖ ଦିନ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀ ନିଜ ଅବିଭାବକଙ୍କୁ କହିଥିଲେ ଯେ, ପ୍ରଧାନଶିକ୍ଷକ ତାଙ୍କ ପାଖକୁ ଡାକି ନିଜ ଆପତ୍ତିଜନକ ସ୍ଥାନକୁ ବାରମ୍ବାର ଛୁଁଇବା ସହ ଖରାପ ବ୍ୟବହାର କରୁଛନ୍ତି। ଏହି ବିଷୟରେ ଘରେ ଜାଣିବା ପରେ ପରିବାର ଲେକେ ଗତ ୨୪ତାରିଖ ଦିନ ସ୍କୁଲ ପରିଚାଳନା କମିଟି ସଭାପତି ଓ ସଭ୍ୟଙ୍କୁ ଜଣାଇଥିଲେ। ଅଭିଯୋଗ କ୍ରମେ ଗୁରୁବାର ଦିନ ସ୍କୁଲରେ ଏହି ଅଭିଯୋଗକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ଝିଅର ବାପା-ମା’ଙ୍କ ସହ ବିଭିନ୍ନ ଅଭିଭାବକ ଅସନ୍ତୋଷ ପ୍ରକାଶ କରି ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡ ଦେବାକୁ ଦାବି କରିଥିଲେ। ଦିନ ପ୍ରାୟ ୨ଟା ସମୟରୁ ଦୁଷ୍ଟ ଶିକ୍ଷକଙ୍କୁ ସ୍କୁଲ କୋଠରୀରେ ଅଟକ ରଖି ଶିକ୍ଷା ବିଭାଗ ଅଧିକାରୀ ଓ ସ୍ଥାନୀୟ ପୁଲିସକୁ ଡାକି ଦୃଷ୍ଟି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ।
ଏବିଇଓ ଅଜିତ ମିଶ୍ର ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ କରିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବ ବୋଲି କହିଥିବା ବେଳେ ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲେ। ଗତକାଲି ବିଇଓ ଗୋବର୍ଦ୍ଧନ ଭୋଇ ପ୍ରଧାନ ଶିକ୍ଷକ ବିଶ୍ବନାଥ ବୁଦ୍ଧିଆ ନିଲମ୍ବିତ କରିଥିବା ଜଣାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।