ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚଣ୍ଡୀଗଡ଼ ମେୟର ନିର୍ବାଚନକୁ ନେଇ ବିବାଦ: ୮ କାଉନ୍‌ସିଲରଙ୍କ ଭୋଟ୍‌ ନାକଚ, ୧୬ ଖଣ୍ଡ ଭୋଟ୍‌ ପାଇ ବିଜେପି ପ୍ରାର୍ଥୀ ବିଜୟୀ

ଚଣ୍ଡୀଗଡ଼: ଚଣ୍ଡୀଗଡ଼ ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ମନୋଜ କୁମାର ସୋନକର ବିଜୟୀ ହୋଇଛନ୍ତି, ଯାହା କି ଇଣ୍ଡି ମେଣ୍ଟ ଓ ବିଜେପି ମଧ୍ୟରେ ପ୍ରଥମ ନିର୍ବାଚନୀ ଲଢ଼େଇ ଥିଲା। ବିରୋଧୀ ମେଣ୍ଟ ପ୍ରାର୍ଥୀଙ୍କ ୮ଟି ଭୋଟ୍ ଅବୈଧ ଘୋଷଣା ହେବା ଫଳରେ ବିଜେପି ପ୍ରାର୍ଥୀଙ୍କୁ ବିଜୟମୁକୁଟ ମିଳିଛି। ବିଜେପିର ମନୋଜ ସୋନକର ୩୬ଟି ଭୋଟ୍ ମଧ୍ୟରୁ ୧୬ଟି ଭୋଟ୍ ପାଇଥିବା ବେଳେ ବିରୋଧୀ ମେଣ୍ଟ ପ୍ରାର୍ଥୀ କୁଲଦୀପ ସିଂହଙ୍କ ୮ଟି ଭୋଟ୍ ଅବୈଧ ଘୋଷଣା ହେବା ପରେ ସେ ୧୨ଟି ଭୋଟ୍ ପାଇଛନ୍ତି। ୮ଟି ଭୋଟକୁ ଅବୈଧ ଘୋଷଣା ନିଷ୍ପତ୍ତିକୁ ଆପ୍-କଂଗ୍ରେସ ତୀବ୍ର ବିରୋଧ କରିଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍) ଘୋଷଣା କରିଛି ଯେ ସେମାନେ ଏହା ବିରୋଧରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ବିଜେପି ଦିବାଲୋକରେ ଜାଲିଆତି ଓ ଡକାୟତି କରି ମେୟର ପଦ ହାସଲ କରିଛି। ଏହାର ଜବାବରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଏହି ନିର୍ବାଚନ ଇଣ୍ଡିଆ ମେଣ୍ଟର ସବୁ ଅଙ୍କ ବିଗାଡ଼ି ଦେଇଛି ଏବଂ ସେମାନଙ୍କ ମୁଣ୍ଡ ଆଉ କାମ କରୁନଥିବାରୁ ବୃଥା ପ୍ରଳାପ କରୁଛନ୍ତି।

ଚଣ୍ଡୀଗଡ଼ ମେୟର ନିର୍ବାଚନକୁ ଇଣ୍ଡିଆ ମେଣ୍ଟ ପାଇଁ ଅଗ୍ନିପରୀକ୍ଷା ଭାବେ ବିବେଚନା କରାଯାଉଥିଲା। କଂଗ୍ରେସ ଓ ଆପ୍ ଗତ ୮ ବର୍ଷ ଧରି ମେୟର ପଦ ବଜାୟ ରଖି ଆସୁଥିବା ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ମେଣ୍ଟ କରିଥିଲେ। ଆପ୍ ମେୟର ପଦ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ବରିଷ୍ଠ ଡେପୁଟି ମେୟର ଓ ଡେପୁଟି ମେୟର ପଦ ପାଇଁ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଗତ ନିର୍ବାଚନରେ ବିଜେପି ୩୫ଟି ଆସନରୁ ୧୪ଟିରେ ବିଜୟୀ ହୋଇଥିବା ବେଳେ ଆପ୍‌ର ୧୩ ଜଣ କାଉନସିଲର ଥିଲେ। ଚଣ୍ଡୀଗଡ଼ ମହାନଗର ନିଗମରେ କଂଗ୍ରେସର ୭ ଜଣ ପ୍ରତିନିଧି ଥିବା ବେଳେ ଶିରୋମଣି ଅକାଳୀଦଳର ଜଣେ ସଦସ୍ୟ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ