ଖେଳ ଦେଶ ବିଦେଶ

ଘୋଷଣା ହେଲା ଓଡିଶା ରଣଜୀ ଟିମ୍, ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ୱର, ୦୭/୦୨: ଘୋଷଣା ହେଲା ରଣଜୀ ଟିମ । ୨୦ ଜଣିଆ ଓଡିଶା ଟିମ୍ ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ। ଶୁଭ୍ରାଂଶୁ ସେନାପତିଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର। ଦଳରେ ରହିଛି ଉଭୟ ଯୁବ ଓ ଅଭିଜ୍ଞ ଖେଳାଳି।।

ଗ୍ରୁପ ଡିରେ ରହିଛି ଓଡିଶା। ସୌରଷ୍ଟ୍ର, ମୁମ୍ବାଇ ଓ ଗୋଆ ଭଳି ଶକ୍ତିଶାଳୀ ଟିମ୍ ଗୋଟିଏ ଗ୍ରୁପରେ ରହିଥିବାରୁ ଏହି ସିଜନ ଓଡିଶା ପାଇଁ ରହିବ ଟଫ୍ । କେବେଠୁ ମ୍ୟାଚ ଆରମ୍ଭ ହେବ ତାହା ସ୍ପଷ୍ଟ କରିନି ବିସିସିଆଇ। ବିଜୟ ହଜାରେ ଟ୍ରଫିରେ ଓଡିଶା ବେଶ ଭଲ ପଦର୍ଶନ କରିଥିଲା । ଦୁଇ ବର୍ଷ ପରେ ରଣଜୀ ସିଜିନ୍ ଫେରିଛି। ଏହାସହ ଜାଫର ମୁଖ୍ୟ କୋଚ୍ ଥିବାରୁ ଓଡିଶା ଏହି ସିଜନ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

କୋଭିଡ ସମୟରେ ଝାଡଖଣ୍ଡ ସହ ୪ଟି ଅଭ୍ୟାସ ମ୍ୟାଚ ଖେଳିଥିଲା ଓଡିଶା। ଦଳରେ ୪ଜଣ ଓପନର ଦୁଇଟି କିପର ରହିଛନ୍ତି । ଅଂଶୁମାନ ରଥ ପ୍ରଥମ ଥର ପାଇଁ ରଣଜୀ ମୈଦାନରେ ନଜର ଆସିବେ। ତେବେ ବୋଲିଂ ଦାୟିତ୍ୱରେ ଭେଟରାନ ବସନ୍ତ ମହାନ୍ତି ମଧ୍ୟ ଦଳରେ ରହିଛନ୍ତି ।୨୦୧୯ -୨୦ରେ ବେଙ୍ଗଲଠୁ କ୍ୱାଟରରେ ହାରିଥିଲା ଓଡିଶା। କିନ୍ତୁ ଚଳିତବର୍ଷ ଟିମ ଭଲ ପଦର୍ଶନ କରିବା ନେଇ ଆଶା ରଖିଛି ଓସିଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ