ଜଗତସିଂହପୁର ୧୦।୦୫ : ବାଇକ ପୋଡିଦେଲେ ଦୁର୍ବୃତ୍ତ । ଜଗତସିଂହପୁର ସହର ପୁରୁଣା କୋର୍ଟ ଛକ ଶତ୍ରୁଘନ ସାହୁଙ୍କ ଘରେ ଥିବା ୫ଟି ବାଇକକୁ ପୋଡିଦେଲେ ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଆସି ଘର ଆଗରେ ଥିବା ୫ଟି ବାଇକ୍ରେ ନିଆଁ ଲଗାଇଦେଇଥିଲେ । ଯାହାଫଳରେ ୫ଟି ବାଇକ୍ ପୁରା ପୋଡି ପାଉଁଶ ହୋଇଯାଇଛି । ତେବେ କିଏ ଓ କେଉଁ ଉଦେଶ୍ୟ ରେ ବାଇକ ଗୁଡିକ ପୋଡି ଦେଇଛି । ତାହା ଏବେ ଯାଏଁ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ । ତେବେ ଅଭିଯୋଗ ପାଇ ଜଗତସିଂହପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଡିଥିବା ଗାଡିଗୁଡିକ ଗୃହକର୍ତ୍ତା ଓ ତାଙ୍କ ଘରେ ଭଡ଼ା ରହୁଥିବା ଲୋକମାନଙ୍କର ବୋଲି ଜଣାପଡିଛି ।