ପୁରୀ୨୭/୧୨: ପାଠ ପଢ଼ିବା ଲାଗି ଘର ଲୋକେ ଚାପ ପକାଉଥିଲେ। ଗୋଟେ ପଟେ ଘର ଲୋକଙ୍କ ଚାପ ଅନ୍ୟପଟେ ପାଠ ପଢ଼ାର ଭୟ। ଶେଷରେ ନାବାଳକ ଜଣଙ୍କ ଗାଁ ଛାଡିବ ବୋଲି ନିଷ୍ପତ୍ତି ନେଇଥିଲା। ଗାଁ ଛାଡି କୋଲକାତା ଯିବ ବୋଲି ମନସ୍ଥ କରିଥିଲା। ସେଥିପାଇଁ ଟ୍ରେନ ଟିକେଟ କାଟି କୋଲକାତା ବାହାରିଥିଲା। ଶେଷରେ କୋଲକାତା ଯିବା ବଦଳରେ ନାବାଳକ ପୁରୀରେ ପହଞ୍ଚି ଯାଇଥିଲେ। ଆର୍ପିଏଫ୍ ଟିମ୍ ନାବାଳକକୁ ଧରି ପରିବାରକୁ ହସ୍ତାନ୍ତର କରିଛି ।
ସୂଚନାଯୋଗ୍ୟ ଯେ ବାଲୁଗାଁ ଥାନା ଅଧୀନ ଖଲିକୋଟ୍ ଅଞ୍ଚଳର ନାବାଳକ। ସେ ଘରେ ପାଠ ପଢାରେ ଅବହେଳା କରୁଥିବାରୁ ପରିବାର ଲୋକେ ତା’ ଉପରେ ଚାପ ପକାଉଥିଲେ । ଏଥିରେ ଭୟଭୀତ ହୋଇ ନାବାଳକ ଜଣକ ଘର ଛାଡିଥିଲା । ସେ ବାଲୁଗାଁ ଷ୍ଟେସନ୍ରେ ପହଞ୍ଚି ଟ୍ରେନ୍ରେ ବସିଥିଲା । କିନ୍ତୁ ଟ୍ରେନ୍ ଥିଲା ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସ୍ । ଟ୍ରେନ୍ ସିଧା ଆସି ପୁରୀରେ ପହଞ୍ଚିଥିଲା । ପୁରୀ ଷ୍ଟେସନ୍ରେ ଓହ୍ଲାଇବା ପରେ ଆର୍ପିଏଫ୍ ଟିମ୍ ତାକୁ ଧରିଥିଲା । ପରେ ନାବାଳକ ଘର ଛାଡିଥିବା କାରଣ କହିଥିଲା । ଏହାପରେ ପରିବାର ଲୋକଙ୍କୁ ଡକାଇ ନାବାଳକକୁ ହସ୍ତାନ୍ତର କରିଥିଲା ଆର୍ପିଏଫ୍ ।

