ଅପରାଧ ରାଜ୍ୟ

ଘର ନିର୍ମାଣକୁ ବିରୋଧ କରିବାରୁ ବଡ଼ଭାଇକୁ ହାଣିଲା ସାନଭାଇ

ପଟ୍ଟାମୁଣ୍ଡାଇ: ସକାଳୁ ସକାଳୁ ସାନଭାଇ ସନାତନ ବେହେରା ନିଜର ନୂଆ ଘର ତିଆରି କରିବା ଲାଗି ନିଅଁ ଖୋଳୁଥଲା। ହେଲେ ଏହାକୁ ବିରୋଧ କରିଥିଲା ବଡ଼ଭାଇ ଅନୁପମ ବେହେରା (୩୬)। ଏହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉତକ୍ଷିପ୍ତ ହୋଇ ହଠାତ୍ ସାନଭାଇ ଏକ କଟୁରୀରେ ବଡ଼ଭାଇକୁ ଏକାଧିକ ଥର ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ରକ୍ତାକ୍ତ ଅବସ୍ଥାରେ ଟଳିପଡ଼ିଥିଲା ବଡ଼ଭାଇ ଅନୁପମ। ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଅନୁପମକୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଅନୁପମକୁ ମୃତ ଘୋଷଣା କରିଥିଲେ।

ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମରେ। ଏ ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବା ପରେ ପଟ୍ଟାମୁଣ୍ଡାଇ ଥାନା ପୁଲିସ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଏଭଳି ଜଘନ୍ୟ କାଣ୍ଡ ଭିଆଇବା ପରେ ସାନଭାଇ ସନାତନ ବେହେରା ଫେରାର ଥିବା ଜଣାଯାଇଛି। ଏଭଳି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମି ବିବାଦ ଲାଗି ରହିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।