ଧର୍ମ ରାଜ୍ୟ

ଘର ଘର ବୁଲି ଭୋଗ ଖାଉଛନ୍ତି ରାଧାକୃଷ୍ଣ, ଫଗୁ ରଙ୍ଗରେ ରଙ୍ଗ ଖେଳୁଛନ୍ତି ଦୋଳଗୋବିନ୍ଦ

ଚଣ୍ଡୀଖୋଲ ୧୮/୦୩ : ବିମାନରେ ବସିଛନ୍ତି ଠାକୁର, ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଗହଳି । ଚଳିତ ବର୍ଷ ବଡ଼ଚଣା ମୁନସୀ ମେଲଣ ଅନୁଷ୍ଠିତ ହୋଇଛି । ପାରମ୍ପରିକ ଘୋଡା ନାଚ, ସଂକୀର୍ତନ ତାଳେ ତାଳେ ବିମାନରେ ଝୁଲି ଝୁଲି ଆସୁଛନ୍ତି ରାଧାକ୍ରିଷ୍ଣ । କରୋନା କଟକଣା କୋହଳ ହେବା ପରେ ନିରାଡ଼ମ୍ବରରେ ମେଲଣ ଅନୁଷ୍ଠିତ ହେଉଛି ।

ପ୍ରଥମେ ଥାନପତି ବିମାନ ପହଁଚିବା ପରେ ଆଖପାଖ ଅଂଚଳରୁ ଆସିଥିବା ବିମାନ ଗୁଡିକ ବେଶ ପାରମ୍ପରିକ ରୀତିରେ ଶୋଭାଯାତ୍ରା କରି ମେଲଣ ପଡିଆରେ ପହଁଚିଥିଲେ । ମୋଟ ୧୯ ଟି ବିମାନ ପହଁଚି ଥିଲେ.ଏନେଇ ବଡ଼ଚଣା ଥାନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ବିମାନକୁ ବଡ଼ଚଣା ଥାନା ଅଧିକାରୀ ସୁଶୀଲ ନାୟକ ବିମାନକୁ ପାଛୋଟି ନେବା ସହ ବିମାନକୁ ପୂଜାର୍ଚନା କରି ମେଲାଣି ଦେଇଥିଲେ ।

ସେହିପରି ଦର୍ପଣ ତହସିଲରେ ମେଲଣ ଅନୁଷ୍ଠିତ ହୋଇଛି । ବିଭିନ୍ନ ଅଂଚଳରୁ ମୋଟ ୧୧ଟି ବିମାନ ଶୋଭାଯାତ୍ରାରେ ଆସି ମେଲଣ ପଡିଆରେ ପହଁଚିଥିଲେ । କରୋନା କଟକଣା କୋହଳ ପରେ ଧୂମଧାମରେ ମେଲଣ ଅନୁଷ୍ଠିତ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ