ରାଜ୍ୟ ସ୍ପେଶାଲ ରିପୋର୍ଟ

ଘରୋଇ ବସ କଣ୍ଡକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜୟପୁର: ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ମାଲାକାନଗିରୀରୁ ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସର କଣ୍ଡକ୍ଟର କୁମାର ସେଠୀଙ୍କୁ ଭୁବନେଶ୍ବରରୁ ମାଲାକାନଗିରୀ ଆସୁଥିବା ଆଉ ଗୋଟିଏ ଘରୋଇ ବସର ମାଲିକ ଏବଂ ତାଙ୍କ ଗୁଣ୍ଡା ମାନେ ମରଣାନ୍ତକ ଆକ୍ରମଣ କରିଥିବା ଟାଉନଥାନାରେ ଏତଲା ଦେଇଛନ୍ତି। ଗତ କାଲି ସଂଧ୍ୟାରେ ‌କୁମାର ଜୟପୁର ଘରୋଇ ବସ କର୍ମଚାରୀ ସଂଘର ସଭାପତି ସୁଶାନ୍ତ ଅଧିକାରୀ, ସାଧାରଣ ସଂପାଦକ ରାଜୀବ ଟାକ୍ରୀ, ରାମନାଥ ଲାଲ, ବାବୁ କଇଲ, ରବିନ୍ଦ୍ର ନାୟକ ଆଦିଙ୍କ ସହ ଆଇଆଇସି ସମ୍ବିତ ବେହେରାଙ୍କୁ ଭେଟି ଏତଲା ଦେଇଥିଲେ। ପଅରଦିନ ସଂଧ୍ୟାରେ ଉକ୍ତ ମାଲିକ ତାଙ୍କୁ ମାରପିଟ୍ କରିବା ସହ ସେ ଧରିଥିବା ବ୍ୟାଗରୁ ୩୦ହଜାର ଟଙ୍କା ଛଡାଇ ନେଇଥିବା କୁମାର ନିଜ ଏତଲାରେ ଦର୍ଶାଇଛନ୍ତି।

ଏପରିକି ୧୦ରୁ ୧୨ଜଣ ଗୁଣ୍ଡାଙ୍କ ସହ ଉକ୍ତ ମାଲିକ ମାରଣାତ୍ସ ଧରି ତାଙ୍କୁ ଜୀବନରେ ମାରିବାକୁ ଉଦ୍ୟମ କରିଥିବା ଏବଂ ତାଙ୍କ ଜୀବନପ୍ରତି ବିପଦ ରହିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ବାରମ୍ବାର ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ କୋରାପୁଟ ଜିଲ୍ଲାର କର୍ମଚାରୀ ମାନଙ୍କୁ ଏଭଳି ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ ହେଉଥିବା ଘରୋଇ ବସ କର୍ମଚାରୀ ସଂଘର ସଂପାଦକ ରାଜୀବ ଟାକ୍ରୀ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରି ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି।

ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ, ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।