ଅପରାଧ ରାଜ୍ୟ

ଘରେ ଫାଶୀ ଲଗାଇ ଅତ୍ମହତ୍ୟା କଲେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କ ବୋହୂ

ଭୋପାଳ: କାଲାପିପଲ୍‌ ତହସିଲ୍‌ ଅନ୍ତର୍ଗତ ପୋଞ୍ଚାନେର୍‌ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ବେଳେ ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର୍‌ ସିଂହ ପରମାରଙ୍କ ବୋହୂ ସବିତା ପରମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ଘଟଣାଟି ସନ୍ଧ୍ୟା ପ୍ରାୟ ୫.୩୦ରେ ଶାଜାପୁର ଗ୍ରାମରେ ଥିବା ମନ୍ତ୍ରୀଙ୍କ ପୈତୃକ ବାସଭବନ ଘଟିଛି ଏବଂ ଏହା ସତ ବୋଲି ସବିତାଙ୍କ ଆତ୍ମୀୟମାନେ ସୁନିଶ୍ଚିତ କରି କହିଛନ୍ତି। ୨୨ ବର୍ଷୀୟ ସବିତା ଗତ ୩ ବର୍ଷ ପୂର୍ବେ ଇନ୍ଦର୍‌ ସିଂହ ପରମାର୍‌ଙ୍କ ପୁଅ ଦେବରାଜ ସିଂହଙ୍କୁ ବିବାହ କରିଥିଲେ। ପାରିବାରିକ ସମସ୍ୟା ହେତୁ ଘଟଣାଟି ଘଟିଛି ବୋଲି କୁହାଯାଉଥିଲେ ମଧ୍ୟ ପୁଲିସ କିଛି ସୁନିଶ୍ଚିତ କରି କହିନାହି

ଅଘଟଣ ସମୟରେ ଇନ୍ଦର ସିଂହ ପରମାର୍‌ ରାଜ୍ୟ ରାଜଧାନୀ ଭୋପାଳରେ ଥିବା ବେଳେ ମହମ୍ମଦ୍‌ ଖେରା ନାମରେ ନିକଟବର୍ତ୍ତୀ ଗ୍ରାମରେ ସବିତାଙ୍କ ସ୍ବାମୀ ଦେବରାଜ ସିଂହ ଏକ ବିବାହ ଅନୁଷ୍ଠାନରେ ଯୋଗ ଦେବାକୁ ଯାଇଥିଲେ ବୋଲି କୁହାଯାଉଛି। ଘରେ ଅନ୍ୟ ଆତ୍ମୀୟସ୍ବଜନମାନେ ଉପସ୍ଥିତ ଥିଲେ।

ଶବ ପାଖରେ କୌଣସି ‘ସୁସାଇଡ୍‌-ନୋଟ୍‌’ ମିଳି ନ ଥିବା କଥା ବିଶେଷସୂତ୍ରରୁ ପ୍ରକାଶ। ସମ୍ପ୍ରତି ମନ୍ତ୍ରୀ ଇନ୍ଦର୍‌ଙ୍କ ବାସଭବନ ପାଖରେ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି। ଅଘଟଣ ଘଟିବାର କିଛି ସମୟ ପରେ ମନ୍ତ୍ରୀ ଓ ତାଙ୍କ ପୁଅ ମଧ୍ୟ ସେଠାରେ ପହଞ୍ଚିଥିଲେ।

ଆଜି ସବିତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଏ ସଂକ୍ରାନ୍ତରେ ମଧ୍ୟପ୍ରଦେଶ ପୁଲିସ କ‌ୌଣସି ମନ୍ତବ୍ୟ ଦେଉନାହିଁ।

ଆତ୍ମହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ କରଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।