ଅପରାଧ ରାଜ୍ୟ

ଘରେ ପଶି ଲୁଟ୍‌, ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ଲୁଟେରା ଗ୍ୟାଙ୍ଗ୍ ଗତକାଲି ରାତିରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଜଣେ ବୃଦ୍ଧାଙ୍କ ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ, ବି.ଆଡ଼ି ପାତ୍ର। ମୃତା ଆଡ଼ି ଭୀଷ୍ମଗିରି କଲେଜ ଛକ ନିକଟରେ ସ୍ବାମୀ ବି.ରାମେୟା ପାତ୍ରଙ୍କ ସହ ରହୁଛନ୍ତି। ରାମେୟା ଘର ବାରଣ୍ଡାରେ ଶୋଇଥିବା ବେଳେ ଆଡ଼ି ଭିତରେ ଶୋଇଥିଲେ। ଏହିସମୟରେ ଦୁର୍ବୃତ୍ତମାନେ ଘରର ପଛ କବାଟ ଭାଙ୍ଗି ପଶି ଆଲମିରାରେ ଥିବା ନଗଦ ୫୦ ହଜାର ଟଙ୍କା ଓ ୩ ଭରି ସୁନା ଅଳଙ୍କାର ନେଇଯାଇଥିଲେ। ଏହାସହ ଆଡ଼ି କାନରେ ପିନ୍ଧିଥିବା ଝୁମୁକା ଓ ନାକର ନଥକୁ ଟାଣି ନେଇଥିଲେ। ସେ ପ୍ରତିରୋଧ କରିବାରୁ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ହତ୍ୟା କରିବା ପ‌‌ରେ ଫେରାର୍ ହୋଇଯାଇଥିଲେ। ଦିଗପହଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସହ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।