ଅପରାଧ ରାଜ୍ୟ

ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ପଶିଲେ ଚୋର, ଲୁଟିନେଲେ ଟଙ୍କା ଓ ସୁନାଗହଣା ସହ ମୂଲ୍ୟବାନ ଜିନିଷ

ଗଜପତି ୨୨।୬: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ୟାମ ବିହାରରେ ଚୋରୀ । ଏହି ଅଞ୍ଚଳର ପ୍ରକାଶ ଚୌଧୁରୀଙ୍କ ଘରେ କେହି ନଥିବା ସୁଯୋଗ ନେଇ ଘରର ତାଲା ଭାଙ୍ଗି ସୁନାଗହଣା, ଟଙ୍କା ସହ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଘରୁ ଲୁଟ୍ ହୋଇଛି । ସେହି ସମୟରେ ପରିବାର ଲୋକେ ବ୍ୟବସାୟ ଉଦ୍ଦେଶ୍ୟରେ ବାହାରକୁ ଯାଇଥିଲେ । ରାତି ପ୍ରାୟ ୧୦ଟା ସମୟରେ ଘରକୁ ଫେରି ଦେଖିଥିଲେ ଘରର ତାଲା ଭଙ୍ଗାଯାଇଛି । ଘରେ ପଶି ଆଲମାରୀ ଭାଙ୍ଗି ୭୨ ହଜାର ଟଙ୍କା, ଏକ ତୋଳା ସୁନା ଓ ରୂପା ସାମଗ୍ରୀ ସହ ବହୁ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ଚୋରର କୌଣସି ସୁରାକ ମିଳିନଥିବା ବେଳେ ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।