ଅପରାଧ ରାଜ୍ୟ

ଘରୋଇ ସଂସ୍ଥା କିଣିନେଲେ ଗହମ, ସରକାରୀ ସଂଗ୍ରହ ୫୩% ହ୍ରାସ

ନୂଆଦିଲ୍ଲୀ: ରପ୍ତାନିରୁ ଅଧିକ ଆୟର ସମ୍ଭାବନା ଥିବାରୁ ଘରୋଇ ସଂସ୍ଥାଗୁଡ଼ିକ ଏଥର ଚାଷୀମାନଙ୍କଠାରୁ ଅଧକ ଗହମ କିଣିନେଇଛନ୍ତି। ସେଥିପାଇଁ ସରକାରୀ ସଂଗ୍ରହ ପ୍ରାୟ ଅଧା କମିଯାଇଛି। ଗହମ ଉତ୍ପାଦନକାରୀ ରାଜ୍ୟ ଯଥା ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ସରକାରୀ ସଂଗ୍ରହ ଏବେବି ନିମ୍ନ ସ୍ତରରେ ରହିଛି। ଗତବର୍ଷ ପଞ୍ଜାବରୁ ୧୩୨ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ୯୬ ଲକ୍ଷ ଟନ୍ ହିଁ ସଂଗ୍ରହ କରାଯାଇପାରିଛି। ସେହିପରି, ହରିୟାଣାରେ ଗତବର୍ଷ ୮୦ ଲକ୍ଷ ଟନ୍ ସଂଗ୍ରହ କରାଯାଇଥିବା ବେଳେ ଏବର୍ଷ ୪୦ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଛି। ମଧ୍ୟପ୍ରଦେଶରେ ଗହମ ସଂଗ୍ରହ ବର୍ଷକ ଭିତରେ ୧୧୮ ଲକ୍ଷ ଟନ୍‌ରୁ ୪୨ ଲକ୍ଷ ଟନ୍‌କୁ ହ୍ରାସ ପାଇଛି। ଉତ୍ତରପ୍ରଦେଶରେ ମାତ୍ର ୨.୬୪ ଲକ୍ଷ ଟନ୍ ଗହମ ସଂଗ୍ରହ ହୋଇପାରିଛି। ଗତବର୍ଷ ଏହି ରାଜ୍ୟରୁ ୩୩ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇଥିଲା। ରାଜସ୍ଥାନରେ ଗହମ ସଂଗ୍ରହ ୧୬ ଲକ୍ଷ ଟନ୍‌ରୁ ହ୍ରାସ ପାଇ ୧,୦୧୦ ଟନ୍‌ରେ ପହଞ୍ଚିଛି। ରବି ମାର୍କେଟିଂ ବର୍ଷ ଏପ୍ରିଲ୍‌ରୁ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି। କିନ୍ତୁ ଅଧିକାଂଶ ସଂଗ୍ରହ ଜୁନ୍‌ ସୁଦ୍ଧା ଶେଷ ହୋଇଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।