ଅପରାଧ ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଘରୁ ମୃତାବସ୍ଥାରେ ମିଳିଲେ କେରଳୀ ମଡେଲ୍‌-ଅଭିନେତ୍ରୀ; ହାଜତରେ ସ୍ବାମୀ

କୋଝିକୋଡ଼: କେରଳର କୋଝିକୋଡ଼ ନଗରୀ ନିକଟ ଘରୁ ଜଣେ ୨୦ ବର୍ଷୀୟ ମଡେଲ୍‌ ତଥା ଅଭିନେତ୍ରୀଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ପୁଲିସ କହିବା ଅନୁସାରେ, ଶାହାନା ନାମ୍ନୀ ସେ ମଡେଲ୍‌ ତଥା ଅଭିନେତ୍ରୀ ଗୁରୁବାର ରାତିରେ ତାଙ୍କ ବାସଭବନରେ ଫାଶୀରେ ଝୁଲନ୍ତା ଅବସ୍ଥାରେ ଥିଲେ। ଜେରା ପାଇଁ ଶାହାନାଙ୍କ ୩୧ ବର୍ଷିୟ ସ୍ବାମୀ ସାଜ୍ଜାଦ୍‌ଙ୍କୁ ହାଜତକୁ ନିଆଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, କୋଝିକୋଡ଼ ନଗରୀଠାରୁ ୧୪ କିଲୋମିଟର୍‌ ଦୂରବର୍ତ୍ତୀ ପରମବିଲ ବଜାରରେ ଥିବା ଶାହାନାଙ୍କ ବାସଭବନରେ ଥିବା ଝରକା ରେଲିଙ୍ଗ୍‌ରେ ତାଙ୍କୁ (ଶାହାନାଙ୍କୁ) ଫାଶୀରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଏଭଳି ରହସ୍ୟମୟ ବାତାବରଣରେ ତରୁଣୀ ମଡେଲ୍‌ଙ୍କ ମୃତ୍ୟୁ ଘଟଣା ସନ୍ଦେହ ଉଦ୍ରେକ କରିଛି।

ଶାହାନାଙ୍କ ମାଆ ଉବେମା କହନ୍ତି, ଗୁରୁବାର ସନ୍ଧ୍ୟାରେ ଶାହାନା ଆମ ସହିତ କଥାବାର୍ତ୍ତା କରିଥିଲା। ସେଦିନ ଥିଲା ତା’ର ୨୦ତମ ଜନ୍ମଦିନ। ଜନ୍ମଦିନ ପାଳିବାକୁ ଘରକୁ ଆସିବ ବୋଲି କହିଥିଲା। ସେତେବେଳେ ଭାରି ଖୁସି ଥିବା ଜଣାପଡୁଥିଲା। ସେ ଜୀବନ ହାରିଥିବ ବୋଲି ମୋର ମନେହେଉନାହିଁ।

ଉବେମା ଅଭିଯୋଗ କରିଛନ୍ତି ଯେ, ସ୍ବାମୀ ସାଜ୍ଜାଦ୍‌ ଶାହାନାକୁ ହତ୍ୟା କରିଛନ୍ତି। ଗୋଟାଏ ବିଜ୍ଞାପନରୁ ପାଇଥିବା ଚେକ୍‌ ନ ଦେଲେ ତାକୁ ମାରି ଦେବେ ବୋଲି ସାଜ୍ଜାଦ୍‌ ଧମକ ଦେଇଥିଲେ।

ଦେଢ଼ବର୍ଷ ପୂର୍ବେ ଶାହାନା କୋଝିକୋଡ଼ ବାସିନ୍ଦା ସାଜ୍ଜାଦ୍‌ଙ୍କୁ ବିଭା ହୋଇଥିଲେ। ବିବାହ ବେଳେ ସାଜ୍ଜାଦ୍‌ କତାର୍‌ରେ କାମ କରୁଥିଲେ।

ବିବାହ ପରେ ଶାହାନା ମଡେଲିଙ୍ଗ୍‌ କରିବା ସହିତ ତାମିଲ୍‌ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ବୋଲି ଉବେମା କହିଛନ୍ତି। ଶାହାନାର ରୋଜଗାର ବଢ଼ିବାରୁ ସାଜ୍ଜାଦ୍‌ କାମ ଛାଡ଼ି କତାର୍‌ରରୁ ଚାଲି ଆସିଥିଲା। ଏବଂ ଶାହାନା ଉପାର୍ଜନ କରିଥିବା ଅର୍ଥରୁ ଗୁଡ଼ାଏ ଖର୍ଚ୍ଚ କରିପକାଇ ଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ