ଅପରାଧ ରାଜ୍ୟ

ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା? ବଢିଲା ସସପେନ୍ସ

କଳାହାଣ୍ଡି ୦୧/୦୭: କଳାହାଣ୍ଡି ଭବାନୀପାଟଣା ଧୋବା ପଡ଼ାରେ ଜଣେ ଯୁବକଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ତାଙ୍କ ନାମ ରିଙ୍କୁ ସେଠି । ବୟସ ୨୯ ବୋଲି ଜଣାପଡ଼ିଛି । ଆଜି ସକାଳେ ରିଙ୍କୁ ଅତ୍ୟଧିକ ମଦ୍ୟପାନ କରିବା ସହିତ ଲୋକଙ୍କ ସହିତ ମାଡ଼ପିଟ ମଧ୍ୟ କରିଥିଲେ । ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ମଧ୍ୟ ଯାଇ ସେଠାକାର ସିକ୍ୟୁରିଟି ଗାର୍ଡ ସାଙ୍ଗରେ ପାଟିତୁଣ୍ଡ କରିଥିଲେ ।

ଖବର ପାଇବା ପରେ ପିସିଆର ଭ୍ୟାନ ମେଡିକାଲକୁ ଯାଇ ରିଙ୍କୁଙ୍କୁ ଥାନା କୁ ଆଣିଥିଲେ । ଥାନାରେ ମଧ୍ୟ ସେ ଡ୍ୟୁଟି ରେ ଥିବା ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ ବୋଲି ସୂଚନା ମିଳିଛି । ପୋଲିସ ତାଙ୍କୁ ବୁଝାସୁଝା କରି ଘରକୁ ପଠେଇବା ପରେ ସେ ଘରକୁ ଯାଇ ନିଜ ସ୍ତ୍ରୀ ତଥା ପରିବାର ବର୍ଗଙ୍କ ସାଙ୍ଗରେ ଝଗଡ଼ା କରିଥିଲେ ।

ତାପରେ ନିଜ କୋଠରୀକୁ ଯାଇ ଭିତରୁ କବାଟ ବନ୍ଦ କରି ଦେଇଥିଲେ । ପରିବାର ବର୍ଗ ତାଙ୍କୁ ସୋଇ ପଡିଛି ଭାବି କେହି ଉଠେଇ ନଥିଲେ । ବହୁତ ସମୟ ଧରି କବାଟ ନ ଖୋଲିବାରୁ ଘର ଲୋକେ କବାଟ ଭାଙ୍ଗି ତାଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପୋଲିସ ଖବର ପାଇ ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛି ବୋଲି ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।