କୋଣାର୍କ ୭।୧: ଘନ କୁହୁଡି ଚାଦରରେ ଘୋଡାଇ ହୋଇଛି ବ୍ଲାକ୍ ପାଗୋଡା । କୋଣାର୍କ ସୂର୍ଯ୍ୟମନ୍ଦିର ଘୋଡାଇ ହୋଇ ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରକୃତିର ଏହି ଘନ କୁହୁଡିର ବଳୟ ଭିତରେ ଏବେ ବ୍ଲାକ ପାଗୋଡା । ଶୁକ୍ରବାର ସକାଳୁ କୋଣାର୍କରେ ଦେଖିବାକୁ ମିଳିଛି ମାତ୍ରାଧିକ କୁହୁଡି । ଯାହା ସମ୍ପୂର୍ଣ୍ଣ କୋଣାର୍କ ବଜାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁଚାଇ ଦେଇଛି ।
କୁହୁଡିର ମାତ୍ରା ଏତେ ଅଧିକ ଥିଲା ପାଖରୁ ମଧ୍ୟ ବାଟ ଘାଟ ଦୃଶ୍ୟମାନ ହେଉନଥିଲା । କୁହୁଡିର ପ୍ରଭାବ ବିଳମ୍ବ ସକାଳ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ସେପଟେ ସୂର୍ଯ୍ୟ ମନ୍ଦିରରେ କୁହୁଡିର ଘନ ବଳୟ ପର୍ଯ୍ୟଟକମାନଙ୍କୁ ମନ୍ଦିର ବୁଲିବାକୁ ନିରାଶ କରିଛି । ସୂର୍ଯ୍ୟ ମନ୍ଦିରର କଳା ଭାସ୍କର୍ଯ୍ୟକୁ ଦୀର୍ଘ ସମୟ ଧରି ଦେଖି ପାରିନାହାନ୍ତି ପର୍ଯ୍ୟଟକ