ରାଜ୍ୟ

ଘଡ଼ିଆଳ ଛୁଆଙ୍କୁ ଜଗିଛି ବନ ବିଭାଗର ୩ ଦଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଦେଇ ଯାଇଥିବା ମହାନଦୀରେ ଘଡ଼ିଆଳ ମା’ କୁମ୍ଭୀର ପୁଣି ଛୁଆ ଦେଇଛି। ମୋଟ ୩୫ଟି ଅଣ୍ଡା ମଧ୍ୟରୁ ସମସ୍ତ ଛୁଆ ଫୁଟି ଏବେ ମାଆ କୁମ୍ଭୀର କୋଳରେ ଖେଳୁଛନ୍ତି। ସାତକୋଶିଆରେ ଏହି ମାଆ କୁମ୍ଭୀର ୪ ବର୍ଷ ହେଲା ଏମିତି ଖୁସି ଖବର ‌ଦେଉଥିବାବେଳେ ମହାନଦୀରୁ ଘଡ଼ିଆଳ ଛୁଆ ଗାଏବ୍ ହୋଇଯାଉଛନ୍ତି। ‌କୁମ୍ଭୀର ଗଣନାବେଳେ କେତେକ ଘଡ଼ିଆଳ ଛୁଆ ନଜରରେ ପଡ଼ୁନାହାନ୍ତି। ଅନ୍ୟ ବର୍ଷ ଭଳି ଏ ବର୍ଷ ଘଡ଼ିଆଳ ଛୁଆ ଗାଏବ ନହେବା ପାଇଁ ସାତକୋଶିଆ କର୍ତ୍ତୃପକ୍ଷ ଏବେଠାରୁ କସରତ ଆରମ୍ଭ କରିଦେଲେଣି। ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାୟ ୪୫ ବର୍ଷ ପରେ ୨୦୨୧ ମସିହାରେ ପ୍ରଥମେ ୨୫ଟି ଅଣ୍ଡା ଦେଇଥିଲା। ସେଥିରୁ ସମସ୍ତ ଅଣ୍ଡା ଫୁଟି ଛୁଆ ବାହାରିଥିଲେ। ସେହିପରି ୨୦୨୨ ମସିହାରେ ୩୦ଟି, ୨୦୨୩ ମସିହାରେ ୩୫ଟି ଘଡ଼ିଆଳ ଶାବକ ମହାନଦୀ କୂଳରେ ଦେଖାଯାଇଥିଲା। ‌ଚଳିତ ବର୍ଷ ଗତ ୨୫ ତାରିଖରେ ଏହି ଘଡ଼ିଆଳ ମାଆ କୁମ୍ଭୀର ପୁଣି ୩୫ଟି ଶାବକଙ୍କୁ ମହାନଦୀ ବକ୍ଷକୁ ଆଣିଛି। ମାଆ କୁମ୍ଭୀର ସହ ଶାବକଗୁଡ଼ିକ ମଝିପଡ଼ା-ବଳଦମରା ନିକଟରେ ମହାନଦୀ କୂଳରେ ଖେଳୁଛନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
ଘଡ଼ିଆଳ ମାଆ ଓ ଛୁଆଙ୍କ ଗତିବିଧି ଉପରେ ନଜର ରଖିବାକୁ ଏକ ମନିଟରିଂ ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ ଏକ ଦେଶୀ ଡଙ୍ଗାରେ ଯାଇ ସେଠାରେ ପଇଁତରା ମାରୁଛି। ସେହିପରି ଘଡ଼ିଆଳ ମାଆ, ଛୁଆଙ୍କ ପାଇଁ ବନ ବିଭାଗ ପକ୍ଷରୁ ଏକ ୨୪ ଘଣ୍ଟିଆ ସୁରକ୍ଷା ଟିମ୍ ଗଠନ କରାଯାଇଛି। ଏଥିସହ ସେଠାରେ ଏକ ପିଟିଜେଡ୍ କ୍ୟାମେରା ଖଞ୍ଜାଯାଇଛି। ୩୬୦ ଡିଗ୍ରି ବୁଲୁଥିବା ଏହି କ୍ୟାମେରା ଘଡ଼ିଆଳମାନଙ୍କ ଭିଡିଓ ଓ ଫ‌ଟୋ ଉତ୍ତୋଳନ କରୁଥିବାବେଳେ ଏଥିପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।