କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଘଟଗାଁ ମା’ ତାରିଣୀ ପୀଠରେ ଷଷ୍ଠୀ ପୂଜା, ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବେ ଜଗତଜନନୀ

ଘଟଗାଁ ୧୧।୧୦: ଆଜି ନବରାତ୍ରୀର ପଞ୍ଚମ ଦିନ । ଏହି ଅବସରରେ ଶକ୍ତିପୀଠ ଗୁଡିକରେ ମହା ସପ୍ତମୀ ପୂଜା ପାଳିତ ହେଉଥିବା ବେଳେ ମଣ୍ଡପ ଗୁଡିକରେ ଷଷ୍ଠୀ ପୂଜା ପାଳନ ହେଉଛି। ଏହି ଅବସରରେ ଆଜି ଘଟଗାଁ ମା ତାରିଣୀଙ୍କ ପୀଠରେ ପାଳିତ ହେଉଛି ଷଷ୍ଠୀ ପୂଜା। ସ୍କନ୍ଦମାତା ରୂପରେ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା । ଆସନ୍ତାକାଲି ଠାରୁ ସୁନା ବେଶରେ ଦର୍ଶନ ଦେବେ ମା’ ତାରିଣୀ।

ଆସନ୍ତାକାଲି ଠାରୁ ମା ତାରିଣୀ ସୁନା ବେଶରେ ସଜ୍ଜିତ ହେବେ । ମାଙ୍କର ଏହି ସୁନା ବେଶକୁ ଭକ୍ତ ମାନେ ଚାରିଦିନ ବ୍ୟାପୀ ସପ୍ତମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଦର୍ଶନ କରିପାରିବେ | ତେବେ ମାଙ୍କର ଏହି ସୁନାବେଶକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ | ଯାହାକୁ ଦ୍ରୁଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରରେ ମା ଦୁର୍ଗାଙ୍କ ମୃଣ୍ମୟୀ ମଣ୍ଡପ ନିର୍ମାଣ କରାଯାଇଛି | ଆଜି ଷଷ୍ଠୀ ଅବସରରେ ପ୍ରଥମେ ବେଲବରଣୀ କରି ଏଠାରେ ମଧ୍ୟ ମା ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହେବ | ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ମୃଣ୍ମୟୀ ମଣ୍ଡପରେ ସାଧାରଣ ଦର୍ଶନ ମନା ହୋଇଛି । କେବଳ ପୂଜକମାନେ ମାଙ୍କର ଯଥା ରିତିକାନ୍ତିରେ ପୂଜା କାର୍ଯ୍ୟ ସମାପନ କରିବେ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ମିଳିଛି |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ