ରାଜ୍ୟ

ଗ୍ରେଟର ନୋଏଡା ବଜାରରେ ଅଗ୍ନିକାଣ୍ଡ: ଜଳିଗଲା ଅନେକ ଭୋଜନାଳୟ

ନୋଏଡା: ଆଜି ଗ୍ରେଟର ନୋଏଡା ବଜାରରେ ରାସ୍ତାରେ ଥିବା ଭୋଜନଳୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡ ଗ୍ରେଟର ନୋଏଡାର ବିସ୍ରାଖର ଚାର ମୂର୍ତ୍ତୀ ଛକ୍ ନିକଟରେ ଥିବା ଭୋଜନାଳୟ‌ରେ ଘଟିଥିବା ପୁଲିସ୍‌ ସୂଚନା ଦେଇଛି।

ଏହି ଘଟଣାର ପ୍ରଥମିକ ତଦନ୍ତ କରି ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ‘‘ପ୍ରଥମେ ସେଠାରେ ଥିବା ଏକ ଢାବାରେ ନିଆଁ ଲାଗିବା ପରେ ସଙ୍ଗେ ‌ସଙ୍ଗେ ତାହା ଅନ୍ୟ ସବୁଆଡ଼େ ବ୍ୟାପି ଯାଇଥିଲା। ଫଳରେ ଅନ୍ୟ ସବୁ ଭୋଜନାଳୟରେ ବି ନିଆଁ ଲାଗି ଯାଇଥିଲା।

ତେବେ ନିଆଁ ଲାଗିବାକୁ ପ୍ରକୃତ କାରଣ ଏଯାଏ ଜଣାପଡ଼ିନାହିଁ। ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଦମକଳ ବାହିନୀକୁ ଘଟଣାସ୍ଥଳକୁ ନିଆଯାଇଥିଲା। ପୁଲିସ କହିଛି ଯେ ନିଆଁକୁ ଆୟତ୍ତ କରାଯାଇଛି।

“ଆମେ ଅଳ୍ପ କିଛି ଢାବାରେ ନିଆଁ ବିଷୟରେ ସୂଚନା ପାଇଲୁ। ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳକୁ ଚାଲିଯାଇଥିଲା। ଆମେ ୬ଟି ଢାବା ଏବଂ ଦୁଇଟି ଦୋକାନରେ ନିଆଁ ଲାଗିଥିବାର ଦେଖିଲୁ। ୟ ଆମେ ନିଆଁକୁ ନିୟନ୍ତ୍ରଣକୁ ଆଣିଛୁ। ଏହି ଘଟଣାରେ କେହି ମୃତ କିମ୍ବା ଆହତ ହୋଇନାହାଁନ୍ତି’’ ବୋଲି ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।