ଅପରାଧ ରାଜ୍ୟ

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଡ୍ରାଇଭର ଓ ମାଫିଆ ଫେରାର

ଢେଙ୍କାନାଳ ୨୧।୦୯: ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ । ଢେଙ୍କାନାଳ ସଦର ଥାନା ପୋଲିସ ଏହି ଗାଡିକୁ ଜବତ କରିଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ଗୋରୁ ମାଫିଆ ଫେରାର ହୋଇଯାଇଛନ୍ତି ।

ଖବର ଅନୁଯାୟୀ, ଏକ ପିକ୍ଅପ୍ ଭ୍ୟାନ୍‌ରେ ୧୭ଟି ଗୋରୁଙ୍କୁ ଅତି ଅମାନୁଷିକ ଭାବେ ବୋଝେଇ କରି ଚୋରାଚାଲାଣ କରୁଥିଲେ । ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରୁ ଗାଡିରେ ବୋଝେଇ କରି ଆଠଗଡ଼ ତିଗିରିଆ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ତେବେ କଙ୍କଡ଼ାହାଡ଼ ଛକରେ ସ୍ଥାନୀୟ ଲୋକେ ସନ୍ଦେହ କରି ଗାଡିକୁ ଅଟକାଇଥିଲେ । ଏହାପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଥିଲା । ପରେ ଗାଡିକୁ ଜବତ କରିବା ସହ ଗାଈ ଗୁଡିକୁ ଖୋଲିଦେଇଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।