ରାଜ୍ୟ

ଗୋବର୍ଦ୍ଧନ ମଠରେ ଗୁରୁପୂର୍ଣ୍ଣିମା; ଗଜପତି ନେଲେ ଆଶୀର୍ବାଦ

ପୁରୀ : ପୁରୀ ଗୋବର୍ଦ୍ଧନ ମଠ ପରିସରରେ ସୋମବାର ଦିନ ପବିତ୍ର ଗୁରୁପୂର୍ଣ୍ଣିମା ଭକ୍ତିପୂତ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଗୁରୁପୂର୍ଣ୍ଣିମା ମହୋତ୍ସବରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜାଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥ, ଶିଷ୍ୟମାନେ ବି ଶଙ୍କରାଚାର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଫଳ, ଫୁଲ ଆଦି ଅର୍ପଣ କରିଥିଲେ। ଏଥିପାଇଁ ମଠ ପରିସର ଉତ୍ସବ ମୁଖର ହୋଇଥିଲା।

ଗୁରୁପୂର୍ଣ୍ଣିମା ଉପଲକ୍ଷେ ସୋମବାର ସକାଳ ୮ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ମଠ ପରିସରରେ ମଠର ଆଚାର୍ଯ୍ୟ ଓ ପୂର୍ବାଚାର୍ଯ୍ୟମାନଙ୍କର ପୂଜନ କରାଯାଇଥିଲା। ଏହି ପୂଜାକାର୍ଯ୍ୟ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ସମ୍ପନ୍ନ ହେବା ପରେ ଦିନ ୧୦ଟାଠାରୁ ଭକ୍ତମାନଙ୍କ ଦ୍ବାରା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶଙ୍କରାଚାର୍ଯ୍ୟଙ୍କ ପୌରୋହିତ୍ୟରେ ଗୋବର୍ଦ୍ଧନ ମଠ ସତ୍‌ସଙ୍ଗ ଭବନରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବାହାରୁ ବହୁ ସାଧୁସନ୍ଥ, ଭକ୍ତ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତର ୧୫ଟି ରାଜ୍ୟରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜଗଦ୍‌ଗୁରୁ ଜଗତର କଲ୍ୟାଣ ପାଇଁ ଧାର୍ମିକ ପରାମର୍ଶ ଦେଇଥିଲେ। ବିଶ୍ୱ ଓ ରାଷ୍ଟ୍ରର କଲ୍ୟାଣ କାମନା କରିଥିଲେ। ସାଧୁସନ୍ଥ ଓ ଭକ୍ତମାନେ ବି ଧାର୍ମିକ ବିଚାର ଉପରେ ଗୁରୁଜୀଙ୍କଠାରୁ ମାର୍ଗଦର୍ଶନ ନେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।