ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୋପବନ୍ଧୁଙ୍କ ନାତି, ନାତୁଣୀ ବୋହୂ ଅଲୋଡ଼ା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ/କଟକ : ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି ନବକଳେବର। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। କିନ୍ତୁ, ପଣ୍ଡିତ ଗୋପବନ୍ଧୁଙ୍କ ନାତି ତଥା ସାନ ଝିଅ କୀର୍ତ୍ତିମୟୀ ଦେବୀଙ୍କ ପୁତ୍ର ପୀତବାସ ମିଶ୍ର ଓ ସାନ ଝିଅ କେତକୀ ଦାସଙ୍କ ପୁଅ ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଗୋପବନ୍ଧୁଙ୍କ ନାତୁଣୀ ବୋହୂ ଲୀଳାବତୀ ଦେବୀ (୯୦ ବର୍ଷ)ଙ୍କୁ ଏହି ସମାରୋହରେ ଲୋଡ଼ାନଯିବା ନେଇ ଉଭୟ ପରିବାର ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ସଭା ମଞ୍ଚରୁ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦେଉଥିଲା ବେଳେ ଗୋପବନ୍ଧୁଙ୍କ ପ୍ରକୃତ ଦାୟାଦ କୋଣଠେସା ରହିଗଲେ ବୋଲି ବୋଲି କ୍ଷୋଭ ଜର୍ଜରିତ କଣ୍ଠରେ ଶ୍ରୀ ମିଶ୍ର ଓ ନାତୁଣୀ ବୋହୂ ଲୀଳାବତୀଙ୍କ ଝିଅ ଲେଖା ମିଶ୍ର କହିଛନ୍ତି।

ସୁଆଣ୍ଡୋ ଗାଁର ବିକାଶ କଥା ଗଣମାଧ୍ୟାମରୁ ଜାଣିବାପରେ ଶ୍ରୀମତୀ ମିଶ୍ର ନିଜ ଦୁଇ ଝିଅ ଲେଖା ଗୁରୁ ଓ ମଧୁବ୍ରତା ମିଶ୍ରଙ୍କ ସହ ସକାଳ ପ୍ରାୟ ସାଢ଼େ ୯ଟାରେ ସୁଆଣ୍ଡୋ ଗାଁ ମୁଣ୍ଡରେ ପହଞ୍ଚିଥିଲେ। ଲେଖା କହିଛନ୍ତି, ‘ ମା’ ଚାଲି ପାରୁନଥିବାରୁ ତାଙ୍କୁ କାର୍‌ରେ ଆଣିଥିଲୁ। କିନ୍ତୁ ପୁଲିସ ତାଙ୍କୁ ଗାଁ ଭିତରକୁ ଯିବାକୁ ଅନୁମତି ଦେଇନଥିଲା। ଗୋପବନ୍ଧୁଙ୍କ ଦାୟାଦ ବୋଲି ପରିଚୟ ଦେବା ପରେ ବି ପାସ୍‌ ଦେଖାଇବାକୁ କହିଥିଲା।’ ପ୍ରାୟ ଦୁଇ ଘଣ୍ଟା ଅନୁରୋଧ ଓ ଅପେକ୍ଷା ପରେ ସେମାନେ ଫେରି ଯାଇଥିଲେ ବୋଲି ସେ କହିଛନ୍ତି।

ଲେଖା ଦାବି କରିଛନ୍ତି, ତାଙ୍କ ବାପା ସତ୍ୟବାଦୀ ମିଶ୍ର ହେଉଛନ୍ତି ଗୋପବନ୍ଧୁଙ୍କ ନାତି। ବାପା ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ।‌ ସେ ଜଣେ ସ୍ବାଧୀନତା ସଂଗ୍ରାମୀ। ଗୋରା ସରକାର ବିରୋଧରେ ଲଢ଼ି ଜେଲ୍‌ ଯାଇଛନ୍ତି। ନାତୁଣି ବୋହୂ ଭାବେ ମା’ଙ୍କୁ ଅନୁମତି ନମିଳିବା ଗ୍ରହଣୀୟ ନୁହେଁ ବୋଲି ଲେଖା କହିଛନ୍ତି।

ସୂଚନାଥାଉ କିଛି ପୀତବାସ ମିଶ୍ର ଓଡିଶା ହାଇକୋର୍ଟ ବାର ଆସୋସିଏସନ ସଭାପତି କାଳିପ୍ରସନ୍ନ ମିଶ୍ରଙ୍କ ବାପା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।