ଦେଶ ବିଦେଶ ମନୋରଞ୍ଜନ

ଗୌହର ଖାନ୍‌ଙ୍କ ବି‌ରୋଧରେ ମାମଲା

ଅଭିନେତ୍ରୀ ଗୌହର ଖାନ୍‌ଙ୍କ ବିରୋଧରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍‌ (ବିଏମ୍‌ସି) ଏକ ମାମଲା ରୁଜୁ କରିଛି। ଗୌହର ଖାନ୍‌ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନାନୁଯାୟୀ, ଗୌହର କରୋନା ସଂକ୍ରମିତ ହୋଇଥିଲେ। ନିୟମ ଅନୁଯାୟୀ, ସେ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବା କଥା କିନ୍ତୁ ସେ ଘରେ ରହିବା ପରିବର୍ତ୍ତେ ଫିଲ୍ମ ସୁଟିଂରେ ଯାଇଥିଲେ। ଜଣେ ବିଏମ୍‌ସି ଅଧିକାରୀ ଗୌହର ଖାନ୍‌ଙ୍କ ଘରକୁ ଯାଇଥିବା ‌ସମୟରେ ଖାନ୍‌ ସେ ସମୟରେ ଘରେ ନଥିଲେ। ଏନେଇ ବିଏମ୍‌ସି ପକ୍ଷରୁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ବିଏମ୍‌ସି ପକ୍ଷରୁ ଏହି ଏତଲାର ଏକ କପି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ୍‌ କରାଯାଇଛି। ସହରର ସୁରକ୍ଷାରେ କୌଣସି ପ୍ରକାର ସାଲିସ କରାଯିବନି ବୋଲି ବିଏମ୍‌ସି ଅଧିକାରୀ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ