ରାଜ୍ୟ

ଗୁମର ଖୋଲୁଛି ଉଚ୍ଚଶିକ୍ଷା ବିଭାଗ ଚିଠି: କଲେଜରେ ଦୁର୍ନୀତିର ପାହାଡ଼!

ଭୁବନେଶ୍ବର: ରାତି ସମୟରେ କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ଚାଲିଛି। ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। କଲେଜର ଜଣେ ଅଧ୍ୟାପକ ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଛନ୍ତି। ପୂର୍ବରୁ ଯେଉଁ କଲେଜରେ ରହିଥିଲେ ସେଠାରେ ଜଣେ ଅଧ୍ୟାପିକାଙ୍କୁ ଅଶ୍ଳୀଳ ବ୍ୟବହାର କରି ଜେଲ୍‌ ଯାଇଥିଲେ। ସେ କେବେ କ୍ଲାସ କରନ୍ତି ନାହିଁ। ପାଠପଢ଼ା ସମ୍ପର୍କିତ ଦ୍ବନ୍ଦ୍ବ ଦୂର କଥା ପଚାରିଲେ ଧମକ ଦିଅନ୍ତି। ଛାତ୍ରୀମାନଙ୍କୁ ଏକୁଟିଆ ମିଶିବାକୁ ଡାକିବା ସହ ଖରାପ ବ୍ୟବହାର କରନ୍ତି। କେତେଜଣ ଛାତ୍ରଙ୍କୁ ଅସାମାଜିକ କାମରେ ଲିପ୍ତ କରନ୍ତି। ଉଚ୍ଚଶିକ୍ଷା ବିଭାଗ ନିକଟରେ ଏଭଳି ଅଭିଯୋଗ ପହଞ୍ଚିଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁସ୍ଥିତ ଏକ କଲେଜରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ସେକ୍ସ ରାକେଟ ଚାଲୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ ଗତ ଦୁଇ ବର୍ଷ ହେବ କଲେଜ କ୍ୟାମ୍ପସରେ ଏଭଳି କାରବାର ଚାଲୁଛି। କଲେଜରେ ବ୍ୟାପକ ଅନିୟମିତତା ହୋଇଛି। ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ବଦଳରେ ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ କରାଯାଉଛି। ଅଧ୍ୟାପକମାନେ ଠିକ୍‌ ସମୟରେ କ୍ଲାସ ନେଉନାହାନ୍ତି। ବରଂ ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। କେବଳ ଗଞ୍ଜାମ ଜିଲ୍ଲାର ଏହି ଗୋଟିଏ କଲେଜ ନୁହେଁ, ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମାଳ ମାଳ ଅଭିଯୋଗ ଏବେ ଉଚ୍ଚଶିକ୍ଷା ବିଭାଗ ନିକଟରେ ପହଞ୍ଚିଛି। ବୁଗୁଡ଼ା ଅଞ୍ଚଳରେ ଥିବା ପିପୁଲସ୍‌ କଲେଜ ଓ ଶ୍ରୀ ବଳଦେବ ଜୀୟୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସରକାରୀ ଦରମାପ୍ରାପ୍ତ ଅଧ୍ୟାପକମାନେ ମହାବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାଦାନ ନ କରି ଘରୋଇ ଭାବେ ଟ୍ୟୁସନ୍‌ କରୁଛନ୍ତି। ଫଳରେ ଗ୍ରାମାଞ୍ଚଳରୁ ଆସୁଥିବା ଗରିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେଉଛି।

ଶିକ୍ଷା ମନ୍ଦିରରୁ ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରାଯାଇଛି। ବ୍ରହ୍ମପୁର ସମେତ ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ଜୋନ୍‌ର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ତଦନ୍ତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେଉଁଠି ଖେଳ ସାମଗ୍ରୀ କିଣାରେ ଦୁର୍ନୀତି ତ ଆଉ କେଉଁଠି ପିଲାଙ୍କ ଟେବୁଲ ଚେୟାର କିଣାରେ ଅର୍ଥ ହେରଫେର ଭଳି ଅସଂଖ୍ୟ ଅଭିଯୋଗ ପହଞ୍ଚିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଦୁର୍ନୀତି ସହ କେତେବେଳେ କଲେଜ ଅଧ୍ୟକ୍ଷ ତ ଆଉ କେତେବେଳେ ଅଧ୍ୟାପକଙ୍କ ସମ୍ପୃକ୍ତି ଅଭିଯୋଗ ରହିଛି। ବିଭିନ୍ନ ସୂତ୍ରରୁ ଅଭିଯୋଗ ଆସିବା ପରେ ସ୍ବଚ୍ଛତା ପାଇଁ ବିଭାଗ ଏବେ ତନାଘନା ଆରମ୍ଭ କରିଛି। ଆଞ୍ଚଳିକ ଶିକ୍ଷା ଅଧିକାରୀମାନେ ଫିଜିକାଲ ଭେରିଫିକେସନ ସହ ପିଲାମାନଙ୍କ ସହ ଆଲୋଚନା କରି ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ସବୁ ତଦନ୍ତକୁ ସ୍ୱାଗତ କରାଯିବ ବୋଲି ଆଜି କେତେକ କଲେଜ ଅଧ୍ୟକ୍ଷ ଗଣମାଧ୍ୟମରେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।