ଧର୍ମ

ଗୁଜୁରାଟରେ ଜଗନ୍ନାଥଙ୍କ ଆଳତୀ କଲେ ଗୃହମନ୍ତ୍ରୀ ଅମିତ ଶାହା, ଗଜରାଜଙ୍କୁ ଦେଲେ ଖାଦ୍ୟ

ଗୁଜୁରାଟ୧୨/୮ : ତିନିଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ଶାହା ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । କେବଳ ସେତିତି ନୁହେଁ ନିଜେ ମଧ୍ୟ ମହାବାହୁଙ୍କ ଆଳତୀ କରିଥିଲେ । ପରେ ହାତୀଙ୍କୁ ମଧ୍ୟ ଖାଦ୍ୟ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗୁଜୁରାଟରେ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା କରାଯିବ । କରୋନା କର୍ଫ୍ୟୁ ମଧ୍ୟରେ କେବଳ ରଥ ଟଣାଯିବ ।

ତେବେ ଏଥିରେ କୌଣସି ଲୋକ ଅଂଶଗ୍ରହଣ କରିପାରିବେ ନାହିଁ । ହେଲେ ରଥଯାତ୍ରା ପୂର୍ବରୁ ଅମିତ ଶାହା ଭଗବାନ ଜଗନ୍ନାଥଙ୍କ ଆଳତୀ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପାଇଁ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକାଡି କରାଯଇଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶାହାଙ୍କ ଆଳତୀ କରୁଥିବାର ଦୃଶ୍ୟ । ଯେଉଁଥିରେ ଅମିତ ଶାହାଙ୍କ ହାତରେ ଏକ ଥାଳି ସହ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଆଉ ଏକ ଭିଡିଓ ପୋଷ୍ଟ ହୋଇଛି । ଯେଉଁଥିରେ ଅମିତ ଶାହା ହାତୀକୁ ଖାଇବାକୁ ଦେଉଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ