ଦେଶ ବିଦେଶ

ଗୁଜରାଟରେ ‘ବିପର୍ଯ୍ୟୟ’ର ଧ୍ବଂସଲୀଳା

ଗାନ୍ଧୀନଗର: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗତରାତିରେ ଗୁଜରାଟ ତଟ ଅତିକ୍ରମ କରିଛି। ବାତ୍ୟା ଦୁର୍ବଳ ହୋଇ ଏବେ ରାଜସ୍ଥାନରେ ପ୍ରବେଶ କରିଥିବା ବେଳେ ଉଭୟ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଗୁଜରାଟର ତଟବର୍ତ୍ତୀ ଅଂଚଳରେ ଏହି ଭୀଷଣ ବାତ୍ୟାର ଧ୍ବଂସଲୀଳା ଦେଖିବାକୁ ମିଳିଛି। ସୌରାଷ୍ଟ୍ର, କଚ୍ଛ ଏବଂ ଜଖାଉ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟାର ପ୍ରକୋପରେ ୫୧୨୦ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିବା ବେଳେ ହଜାର ହଜାର ଗଛ ଭାଙ୍ଗିଛି। ୧୦୦୦ରୁ ଅଧିକ ଗ୍ରାମ ଅନ୍ଧାରରେ ରହିଛି।

ବାତ୍ୟାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ହଜାର ହଜାର ଟିଣ ଛପର ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ଅଂଚଳରେ ସଂଯୋଗକାରୀ ରାସ୍ତାଗୁଡ଼ିକର ବ୍ୟାପକ କ୍ଷତି ହୋଇଛି। ଶତାଧିକ କ୍ଷୁଦ୍ର ପୋଲ ଓ କଲଭର୍ଟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଭାବନଗର ଜିଲ୍ଲା ବାତ୍ୟାରେ ବିଶେଷ ପ୍ରଭାବିତ ହୋଇନଥିଲେ ମଧ୍ୟ ସେଠାରେ ଛେଳିଗୋଠକୁ ରକ୍ଷା କରିବାକୁ ଯାଇ ପିତା-ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟା ସୁଦ୍ଧା ୯୪ ହଜାର ଲୋକ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିଥିବା ଜଣାପଡ଼ିଛି। ପରିସ୍ଥିତି ସୁଧୁରିବା ପରେ ସେମାନେ ଘରକୁ ଫେରିବେ ବୋଲି ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଗୁଜରାଟ ସରକାର ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲାର ୧୧୭୧ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୧୫୨ ଜଣଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନାନ୍ତର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୦୭ ଜଣ ସନ୍ତାନ ଜନ୍ମ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ