ଦେଶ ବିଦେଶ ରାଜନୀତି

ଗୁଜରାଟରେ ପରାଜୟ ପରେ ବି ଖୁସି ଅଛନ୍ତି କେଜ୍ରିୱାଲ, ଜାଣନ୍ତୁ କାରଣ

ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ହୋଇଥିବା ନିର୍ବାଚନ ଫଳାଫଳ ଆସି ସାରିଛି । ଗୁଜରାଟରେ ସପ୍ତମଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି । ସେପଟେ ହିମାଚଳରେ ଚିରାଚରିତ ଢଙ୍ଗରେ ଏଥର ପାରି ବଦଳି କ୍ଷମତା କଂଗ୍ରେସ ହାତକୁ ଯାଇଛି । ହେଲେ ଗୁଜରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ସୂଚନୀୟ ପରାଜୟ ହୋଇଛି । ଆପ୍,ର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଗୁଜରାଟରେ ସରକାର ଗଠନ କରିବାକୁ ଦାବି କରୁଥିବା ବେଳେ ଦଳ ଦୁଇଅଙ୍କରେ ପହଂଚିପାରିନାହିଁ । ତଥାପି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲ ଖୁସିବ୍ୟକ୍ତ କରିଛନ୍ତି ।

ଆଜିର ଫଳାଫଳ ପରେ କେଜ୍ରିୱାଲ କହିଛନ୍ତି କି, ଆମ୍ ଆଦମୀ ପାର୍ଟି ଏକ ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ପାଇଛି । ଏଥିପାଇଁ ଗୁଜରାଟ ଭୋଟରଙ୍କୁ କେଜ୍ରିୱାଲ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଗୁଜରାଟରେ ଦଳକୁ ଯେତେ ଭୋଟ ମିଳିଛି ସେହି ହିସାବରେ ଦଳ ଏବେ ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି ।

ସେପଟେ କେଜ୍ରିୱାଲ ଦାବି କରିଛନ୍ତି କି କଂଗ୍ରେସ ନୁହେଁ ବରଂ ଆମ୍ ଆଦମୀ ପାର୍ଟି ଗୁଜରାଟରେ ବିଜେପିର ଦୁର୍ଗ ଭାଙ୍ଗିବାରେ ସଫଳ ହେବ । ଏନେଇ ଦଳ ଏକ ସକରାତ୍ମକ କ୍ୟାମ୍ପେନ ଆରମ୍ଭ କରିଥିବା କଥା କେଜ୍ରିୱାଲ ସୂଚନା ଦେଇଛନ୍ତି ।

ତେବେ ଜାଣନ୍ତୁ ରାଷ୍ଟ୍ରୀୟ ପାର୍ଟି ହେବା ପାଇଁ କଣ ରହିଛି ନିୟମ ? ସମ୍ବିଧାନ ବିଶେଷଜ୍ଞ ସୁଭାଷ କଶ୍ୟପଙ୍କ ମୁତାବକ ଏକ ଦଳ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବାକୁ ହେଲେ ଅତି କମରେ ୪ ଟି ଲୋକସଭା ସିଟ୍ ଜିତିବା ସହ ଲୋକସଭା ନିର୍ବାଚନରେ ୬ ପ୍ରତିଶତ ଭୋଟ ହାସଲ କରିବା ଦରକାର । ନଚେତ ବିଧାନସଭା ନିର୍ବାଚନରେ ୪ କିମ୍ବା ଏହାଠାରୁ ଅଧିକ ରାଜ୍ୟରେ ମୋଟ ୬ ପ୍ରତିଶତରୁ ଅଧିକ ଭୋଟ ହାସଲ କରିବା ଦରକାର । ଏହି କ୍ରମରେ ଆମ୍ ଆଦମୀ ପାର୍ଟି ଗୋଆରେ ୨ ଟି ବିଧାନସଭା ଆସନ ହାତେଇବା ସହ ୬.୭୭ ପ୍ରତିଶତ ଭୋଟ ହାସଲ କରିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର