ଖେଳ

ଗିଲ୍‌ଙ୍କୁ ଜଣା କୋହଲିଙ୍କ ଦୁର୍ବଳତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ଦକ୍ଷତା ଆଗରେ ବଡ଼ ବଡ଼ ବୋଲର ହାର ମାନିଛନ୍ତି। ଅତୁଳନୀୟ ବ୍ୟାଟିଂ କୌଶଳରେ ବିଶ୍ବର ଅଧିକାଂଶ ବୋଲରଙ୍କୁ ଆପାତତଃ ସେ ପାଣି ପିଆଇଛନ୍ତି। ଲୟ ଜମିଗଲେ ବିରାଟ ଯେ ଏକପ୍ରକାର ତ୍ରୁଟିହୀନ ବ୍ୟାଟିଂ କରନ୍ତି ବୋଲି ତାହା ଅନେକ କ୍ରିକେଟ୍ ବିଶେଷଜ୍ଞ ବହୁବାର କହିସାରିଛନ୍ତି। ତେବେ ବିରାଟଙ୍କର ବି ଏକ ବଡ଼ ଦୁର୍ବଳତା ରହିଛି। ଆଉ ତାଙ୍କର ଏହି ଦୁର୍ବଳତା ଉପରୁ ପରଦା ଉଠାଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍। ଏପରିକି ଏହି କ୍ଷେତ୍ରରେ କୋହଲି ତାଙ୍କଠାରୁ ନିୟମିତ ପରାଜିତ ହୁଅନ୍ତି ବୋଲି ଅଧାରୁ ବନ୍ଦ ରହିଥିବା ଆଇପିଏଲ୍-୨୦୨୧ରେ କୋଲ୍‌କାତା ନାଇଟ୍ ରାଇଡର୍ସ ଦଳର ପ୍ରତିନିଧିତ୍ବ କରିଥିବା ଗିଲ୍ କହିଛନ୍ତି। ଗୁରୁବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ଗିଲ୍‌ କହିଛନ୍ତି ଯେ କୋହଲି ମୋ ଠାରୁ ସବୁବେଳେ ଫିଫା ଭିଡିଓ ଗେମ୍‌ରେ ପରାଜିତ ହୁଅନ୍ତି। ମୁଁ ତାଙ୍କୁ ଏଥିରେ କେବେ ବି ଜିତିବାକୁ ଦିଏନି। କ୍ରିକେଟ୍ କଥା ପଡ଼ିଲେ କିନ୍ତୁ ମୁଁ ତାଙ୍କଠାରୁ ଅନେକ କିଛି ଶିଖିବାକୁ ଚେଷ୍ଟା କରିଥାଏ।

୨୧ ବର୍ଷୀୟ ପଞ୍ଜାବୀ ତାରକା ଗିଲ୍ ଇଂଲଣ୍ଡ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି। ବିଶେଷ କରି ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାକୁ‌ ସେ ବ୍ୟଗ୍ର ‌ବୋଲି ମତ ରଖିଛନ୍ତି। ‌ପୁରୁଣା ଦିନର କେଉଁ ମ୍ୟାଚ୍ ଖେଳିବାକୁ ସେ ଆଜି ପସନ୍ଦ କରିଥା’ନ୍ତେ ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ସେ ୨୦୧୧ ମସିହା କ୍ରିକେଟ୍ ବିଶ୍ବକପ୍‌ ଫାଇନାଲ୍‌କୁ ବାଛିଥିଲେ। ସେହିଭଳି ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ନା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍, କେଉଁଟି ଖେଳିବାକୁ ପସନ୍ଦ କରିଥା’ନ୍ତେ? ପ୍ରଶ୍ନର ଉତ୍ତର ଦେଇ ମୁଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବାକୁ ପସନ୍ଦ କରିଥା’ନ୍ତି ବୋଲି କହିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ