ସ୍ୱାସ୍ଥ୍ୟ

ଗିରିରାଜ ସିଂ କରୋନା ସଂକ୍ରମିତ, ଟ୍ୱିଟ କରି ଦେଲେ ସୂଚନା: ନିଜକୁ କଲେ ଆଇସୋଲେଟ୍

ନୂଆଦିଲ୍ଲୀ ୧୪/୦୧: ଦେଶରେ କରୋନା ସଂକ୍ରମଣର ବୃଦ୍ଧି ପରେ ଗୋଟିଏ ପରେ ଗୋଟିଏ ବ୍ୟକ୍ତି ବିଶେଷଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି । ଏଥିରୁ ବାଦ ପଡିନାହଁନ୍ତି ସାଧରଣ ଜନତାଠାରୁ ଆରମ୍ଭ କରି ନେତା । ପ୍ରାୟ ପ୍ରତି ଦଳର ନେତା ଏବେ କରୋନା କବଳରେ ପଡିଛନ୍ତି । ଏହି କ୍ରମରେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ।

ଗିରିରାଜ ସିଂ ଟ୍ୱିଟ୍ କରି ଲେଖିଛନ୍ତି- ‘ପ୍ରାରମ୍ଭିକ ଲକ୍ଷଣ ଦେଖିବା ମାତ୍ରେ ମୁଁ କରୋନା ଟେଷ୍ଟ କରିଛି । ଏବେ ମୋର ରିପୋର୍ଟ ପଜିଟିଭ ଆସିଛି । ଏବେ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲଗୁଡିକ ଅନୁସରଣ କରି, ଅଲଗା କରି କ୍ୱାରେଣ୍ଟାଇନରେ ରଖିଛି । ମୁଁ ସେହି ସମସ୍ତ ଲୋକଙ୍କୁ ଅନୁରୋଧ କରେ ଯେଉଁମାନେ ମୋ ସହିତ ଯୋଗାଯୋଗ କରିଛନ୍ତି ସେମାନେ ନିଜକୁ ଅଲଗା କରନ୍ତୁ ଏବଂ ନିଜକୁ ପରୀକ୍ଷା କରନ୍ତୁ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।