ଅପରାଧ ଦେଶ ବିଦେଶ

ଗିରଫ ହେଲେ ହେମନ୍ତ ସୋରେନଙ୍କ ଘନିଷ୍ଠ ପ୍ରେମ୍ ପ୍ରକାଶ : ଘରୁ ମିଳିଥିଲା ଏକେ-୪୭ ରାଇଫଲ

ନୂଆଦିଲ୍ଲୀ, ୨୫|୦୮: ଝାଡଖଣ୍ଡରେ ବେଆଇନ ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରେମପ୍ରକାଶଙ୍କୁ ଗିରଫ କରିଛି । ଇଡି ମନିଲଣ୍ଡରି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହାପୂର୍ବରୁ ବୁଧବାର ତାଙ୍କ ଘରେ ରେଡ୍ ହୋଇଥିଲା । ଯେଉଁଥିରେ ଦୁଇଟି ଏକେ-୪୭ ରାଇଫଲ୍ ଜବତ କରାଯାଇଥିଲା । ତେବେ ପ୍ରେମଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ବୋଲି କୁହାଯାଏ ।

କଣ ପୁରା ଘଟଣା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ଅବୈଧ ଖନନ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାର ତଦନ୍ତରେ ବୁଧବାର ୧୭ଟି ଠିକଣା ଉପରେ ଚଢଉ କରିଥିଲା। ଏହି ସବୁ ଚଢ଼ଉ ପ୍ରେମ ପ୍ରକାଶଙ୍କ ବିଭିନ୍ନ ଠିକଣା ଉପରେ ଚାଲିଥିବା ବେଳେ ଇଡିକୁ ୨ଟି ଏକେ-୪୭ ରାଇଫଲ ମିଳିଥିଲା। ପ୍ରେମପ୍ରକାଶ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଅନ୍ୟତମ। ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ର ଓ ବଚ୍ଚୁ ଯାଦବଙ୍କୁ ପଚରା ଉଚରା ପରେ ଇଡି ଏହି ଚଢ଼ଉ କରିଥିବା ବେଳେ ଏକେ-୪୭ ମିଳିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ବିହାରରେ ଆକ୍ଟିଭ୍ ସିବିଆଇ

ସେପଟେ ବିହାରରେ ମଧ୍ୟ ସିବିଆଇ ଚଡଉ ଜାରି ରହିଛି। ଚାକିରୀ ବଦଳରେ ଜମି ମାମଲାରେ ଚାଲିଥିବା ଏହି ଚଢଉ ବୁଧବାର ପ୍ରାୟ ୨୪ଟି ସ୍ଥାନରେ ହୋଇଥିଲା। ଏଥିରେ ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅସଫାକ କରୀମ ଓ ଫୟାଜ ଅହମ୍ମଦଙ୍କ ଠିକଣାରେ ଏହି ସବୁ ଚଢଉ ଚାଲିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ