ଦେଶ ବିଦେଶ ମନୋରଞ୍ଜନ

ଗିରଫର ୩ମାସ ପରେ ଅଭିନେତ୍ରୀ ରିୟାଙ୍କ ଭାଇ ସୌଭିକ୍ ଚକ୍ରକର୍ତ୍ତୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରକର୍ତ୍ତୀଙ୍କୁ ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଗିରଫ ହେବାର ୩ମାସ ପ‌ରେ ଆଜି ସୌଭିକ୍ ଚକ୍ରକର୍ତ୍ତୀଙ୍କୁ ଜାମିନ ମିଳିଛି। ମୁମ୍ବାଇର ସ୍ବତନ୍ତ୍ର ଅଦାଲତ ସୌଭିକଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବା ଏବଂ ତାଙ୍କୁ ଡ୍ରଗ୍ସ ଖାଇବାର ଅଭ୍ୟାସ କରାଇବା ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଏବଂ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ରିୟା ନିଶା ସେବନ କରୁଥିବା କଥା ମନା କରିଦେଇଥିଲେ, କିନ୍ତୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଯାଞ୍ଚ କରିବା ପରେ ରିୟା ଡ୍ରଗ୍ସ ନେଉଥିବା ଏବଂ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ଆଣୁଥିବା କଥା ସାମ୍ନାକୁ ଆସିଥିଲା। ଦୁହିଁଙ୍କୁ ଗିରଫ କରାଯାଇଥିବା ବେଳେ ରିୟାଙ୍କୁ ଅକ୍ଟୋବର ୮ରେ ଜାମିନ ମିଳିଥିଲା, ହେଲେ ସୌଭିକଙ୍କ ଜାମିନ ଆବେଦନକୁ ଖାରଜ କରିଦିଆଯାଇଥିଲା। ଆଜି ସୌଭିକଙ୍କ ଏହି ମାମଲା ଉପରେ ପୁଣି ଥରେ ଶୁଣାଣି କରି ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ମୁମ୍ବାଇର ସ୍ବତନ୍ତ୍ର ଅଦାଲତ।

‌ତେବେ ରିୟା ଓ ସୌଭିକଙ୍କ ଡ୍ରଗ୍ସ ଲିଙ୍କ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିବା ପରେ ଏନସିବି ଖୋଳତାଡ଼ କରି ବଲିଉଡର ବିଭିନ୍ନ କଳାକାରଙ୍କୁ ଜେରା କରିଥିଲା। ଜେରା ପରେ ଅନେକଙ୍କୁ ଗିରଫ ମଧ୍ୟ କରିସାରିଛି ଏନସିବି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ