ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ନୂଆଦିଲ୍ଲୀଠାରେ କବୟିତ୍ରୀ ଗାୟତ୍ରୀବାଳା ପଣ୍ଡାଙ୍କୁ ୨୦୨୩ ମସିହା ପାଇଁ ‘ଆଲୁମ୍ନି ଅଫ୍ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି। ଆଜି ଆଇଆଇଏମ୍ସି ଆଲୁମ୍ନି ଆସୋସିଏସନ୍ ପକ୍ଷରୁ ଆୟୋଜିତ କନେକ୍ସନ୍ସ ୨୦୨୩ରେ ଆଇଆଇଏମ୍ସିର ଡିଜି ପ୍ରଫେସର ସଞ୍ଜୟ ଦ୍ୱିବେଦୀ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୮ଟି ପୁସ୍ତକ ପ୍ରକାଶ ପାଇଛି । ସେଥିରୁ ଓଡ଼ିଆ ଭାଷାରେ ୧୩ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୪ଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ। ଏହାବାଦ୍ ହିନ୍ଦୀ ଭାଷାରେ ୫ଟି କବିତା ସଂକଳନ ଓ ଇଂରାଜୀ ଭାଷାରେ ୨ଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ପ୍ରକାଶ ପାଇଛି। ୨୦୨୨ ମସିହା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ମନୋନୀତ ଗାୟତ୍ରୀବାଳା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର, ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର ସମେତ ବହୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l