ଅପରାଧ ରାଜ୍ୟ

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ଟ୍ରକରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ସୋମଣା ପଞ୍ଚାୟତ ବିଶ୍ୱାଳପଡା ଖଇରାତ ଗ୍ରାମର ପ୍ରଦୀପ ପ୍ରଧାନ ( ୩୩ )ଙ୍କ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ବାଲିପାଟଣା ଓ ବଳଙ୍ଗା ଥାନା ସୀମାରେ ଏହି ଦୁର୍ଘଟଣା ଘଟିଛି। ବଳଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ପ୍ରଦୀପ ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ଆଜି ସକାଳୁ ସେ ଘରୁ କର୍ମ କ୍ଷେତ୍ରକୁ ବାହାରି ଯାଇଥିଲେ। ହରିପୁର ଅଭିମୁଖେ ସାଇକେଲରେ ଯାଉଥିବା ବେଳେ ଚିତ୍ତଲପୁର ଜୈନାବାଦ ନିକଟରେ ପଛ ପଟୁ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡ ପଛରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପିପିଲି ଓ ପରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି। ଅନ୍ୟପକ୍ଷରେ ବାଲିପାଟଣା ପୁଲିସ ସକାଳୁ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା। ଥାନା ସୀମା ବଳଙ୍ଗା ଥାନା ଅଞ୍ଚଳ ବୋଲି ଫେରି ଆସିଥିଲା। ଏହାରି ସୁଯୋଗରେ ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇଦେଇଛନ୍ତି। ବାଲିପାଟଣା ପୁଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।