ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାନ୍ଧୀ ପଦଯାତ୍ରା ସ୍ମାରକୀ ପୀଠରେ ମିଳୁନି ପାନୀୟ ଜଳ: ଆରମ୍ଭରୁ ଅଚଳ ୪.୬୭ ଲକ୍ଷର ପ୍ରକଳ୍ପ

ବାଲିଅନ୍ତା: ଟଙ୍କପାଣି ବ୍ରିଜ୍‌ ଉପରେ ଗାନ୍ଧୀ ପଦଯାତ୍ରା ସ୍ମାରକୀ ପୀଠରେ ପାନୀୟ ଜଳ ମିଳୁନି। ୨ ବର୍ଷ ତଳେ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ପକ୍ଷରୁ ଏଠାରେ ପଞ୍ଚଦଶ ଅର୍ଥ କମିସନ ଅନୁଦାନରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ହେଁ ତାହା ଆରମ୍ଭରୁ ଅଚଳ ହୋଇପଡ଼ିଛି। ଫଳରେ ଏଥିପାଇଁ ବ୍ୟୟ ହୋଇଥିବା ୪ ଲକ୍ଷ ୬୭ ହଜାର ଟଙ୍କା ପାଣିରେ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି। ବିଭାଗୀୟ ଅଧିକାରୀମାନଙ୍କ ବେପରୁଆ କାମ ପାଇଁ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ ହେବା ପରେ ପ୍ରକଳ୍ପଟି ଲୋକଙ୍କ କାମରେ ଆସିଲା ନାହିଁ ବୋଲି ଅଭିଯୋଗ ହେଉଛି।

ଟଙ୍କପାଣି ବଜାର ଓ ଗାନ୍ଧୀ ପୀଠସ୍ଥଳ ଥିବା ନଦୀବନ୍ଧ ରାସ୍ତାରେ ପ୍ରତିଦିନ ସବୁ ସମୟରେ ଶହଶହ ପଥଚାରୀ ଯାତାୟାତ କରୁଛନ୍ତି। ଗାନ୍ଧୀ ପଦଯାତ୍ରାର ସ୍ମାରକୀ ଦେଖିବା ପାଇଁ ଏଠାରେ ପଥଚାରୀମାନେ ଅଟକୁଥିବା ବେଳେ ବହୁ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସୁଛନ୍ତି। ତେଣୁ ପଥଚାରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଆବଶ୍ୟକ ଥିଲା ଏବଂ ଏହି ସମସ୍ୟା ଦୂର କରିବାକୁ ୨୦୨୦/୨୧ ଆର୍ଥିକ ବର୍ଷରେ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ପକ୍ଷରୁ ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯାଇଥିଲା। ବୋର୍‌ୱେଲ ଖନନ କରାଯିବା ସହ ୩୦ ଫୁଟ୍‌ ଲୁହା ଆଙ୍ଗଲ୍‌ ଷ୍ଟେଜିଂ ବେସ୍‌ ଉପରେ ୨ ହଜାର ଲିଟର ଜଳଧାରଣ କରୁଥିବା ପିଭିସି ଓଭରହେଡ୍‌ ଟ୍ୟାଙ୍କ ବସାଯାଇଥିଲା। ସେହିଭଳି ମଟର ଚାଲିବା ପାଇଁ ପାଣି ଟ୍ୟାଙ୍କ୍‌ ଉପରେ ସୋଲାର୍‌ ‌ପ୍ୟାନେଲ୍‌ ବୋର୍ଡ ଖଞ୍ଜା ଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ପ୍ରକଳ୍ପରୁ ଦିନକ ପାଇଁ ବି ଜଳଯୋଗାଣ ହୋଇପାରିଲା ନାହିଁ। ନିର୍ମାଣ ହେବା ପରଠୁ ଏନେଇ କେହି ବି ତତ୍ପରତା ପ୍ରଦର୍ଶନ କରୁନାହାନ୍ତି। ବୋର୍‌ୱେଲ୍‌, ପାଣିଟାଙ୍କି, ସୋଲାର୍ ପ୍ୟାନେଲ୍‌ ଓ ଅନ୍ୟାନ୍ୟ ଉପକରଣ ସବୁ ପଡ଼ିପଡ଼ି ନଷ୍ଟ ହୋଇଗଲାଣି। ଏନେଇ ସରପଞ୍ଚ ରମାଲତା ନାୟକଙ୍କ କହିବା କଥା ସେ ଦାୟିତ୍ବ ନେବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସରିଥିଲା। ତେଣୁ ତାଙ୍କ ନିକଟରେ ବେଶି କିଛି ସୂଚନା ନାହିଁ। ତୁରନ୍ତ ସେ ବିଡିଓଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।