ରାଜ୍ୟ

ଗାଧୋଇବା ପାଇଁ ଯାଇଥିଲେ: ଭାଲୁ ଆକ୍ରମଣରେ ଚାଲିଗଲା ବାପାଙ୍କ ଜୀବନ, ପୁଅ ଗୁରୁତର

ନୂଆପଡ଼ା: ସକାଳେ ବାପା ଓ ପୁଅ ଗାଧୋଇବା ପାଇଁ ଯାଇଥିଲେ। ସେଠି ଭାଲୁ ଆକ୍ରମଣର ଶିକାର ହୋଇ ବାପାଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତ ବୃଦ୍ଧ ହେଲେ ଘନଶ୍ୟାମ ପଟେଲ(୭୦)। ପୁଅ ଚଏତୁ ପଟେଲ(୪୮) ଗୁରୁତର ଆହତ ହୋଇଛନ୍ତି । ଏବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିରୁନପଦର ଛକରେ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

ଆଜି ସକାଳ ପ୍ରାୟ ସାଢେ଼ ୮ ଟାରେ ବିରୁନପଦର ଗାଁର ଘନଶ୍ୟାମ ଓ ପୁଅ ଚଏତୁ ଗାଁ ନିକଟ ବିଜାଖମନ ଜଙ୍ଗଲ ଦାବରିମୁଣ୍ଡା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏତିକି ବେଳେ ଏକ ଭାଲୁ ଆସି ବାପା ଓ ପୁଅଙ୍କୁ ଆକ୍ରମଣ କରିଥିଲା। ବାପା ଓ ପୁଅଙ୍କ ଚିତ୍କାର ଶୁଣି ଗାଁ ଲୋକେ ଧାଇଁ ଆସିଥିଲେ। ଠେଙ୍ଗା ବାଡ଼ି ଧରି ବହୁ କଷ୍ଟରେ ଭାଲୁକୁ ଘଉଡାଇଥିଲେ। ସେଠାରେ ବାପା ଘନଶ୍ୟାମଙ୍କ ମୃତ୍ୟୁ ହୋଇ ସାରିଥିଲା। ପୁଅ ଚଏତୁକୁ ଗାଁ ଲୋକେ ବହୁ କଷ୍ଟରେ ଭାଲୁ କବଳରୁ ଉଦ୍ଧାର କରି ପ୍ରଥମେ କୋମନା ସିଏଚସିରେ ଭର୍ତ୍ତି କରିଥିଲେ। ସେଠି ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିାଯାଇଛି।
ବିଜାଖମନ ଜଙ୍ଗଲ ଭିତରେ ହିଂସ୍ର ଭାଲୁ ଘନଶ୍ୟାମଙ୍କ ମୃତଦେହକୁ ଜଗି ରହିଥିଲା । ଫଳରେ ଘଣ୍ଟାଏ ଧରି ମୃତଦେହ ଉଦ୍ଧାର ହୋଇ ପାରିନଥିଲା । ବର୍ତ୍ତମାନ ଜାତୀୟ ରାଜପଥ ୩୫୩ ବିରୁନପଦର ଛକ ନିକଟରେ ରାଜପଥ ଅବରୋଧ କରି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଗୁରୁତରଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। କୋମନା ପୁଲିସ, ବନ ବିଭାଗ ଓ ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି। ଏବେ ନୂଆପଡାରୁ ଖଡ଼ିଆଳ ମୁଖ୍ୟରାସ୍ତାରେ ଯାତାୟାତ ବନ୍ଦ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।