ଅପରାଧ ରାଜ୍ୟ

ଗାଁ ଲୋକଙ୍କ ହାତରେ ଧରା ପଡିଲା ଡକାୟତ, ନିର୍ଧୁମ ଛେଚା ଖାଇଲା

ସୋର: ଗ୍ରାମବାସୀଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲା ୪୦ରୁ ଉର୍ଦ୍ଧ୍ଵ ମାମଲାରେ ସଂପୃକ୍ତ ଡକାୟତ। ଏଥିସହ ବଡ ଧରଣ ଡକାୟତ ଯୋଜନା ପଣ୍ଡ ହୋଇଛି। ଘଟଣାରେ ଦୁଇ ଦୁର୍ବୃତ୍ତ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପୋଲିସ ଡକାୟତ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି।

ଗତକାଲି ବିଳମ୍ବିତ ରାତିରେ ସୋର ଥାନା ସବିରା ପଂଚାୟତ ଦଣ୍ଡପଳସl ଗ୍ରାମ ଜଙ୍ଗଲରେ ତିନି ସନ୍ଦିଗ୍ଧ ତିନି ବାଇକ୍‌ରେ ଆସିଥିଲେ। ତେବେ ଗାଁ ଲୋକେ ଜାଣିପାରି ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ମନ୍ଦରୀ ଗାଁର କୁଖ୍ୟାତ ଡକାୟତ ବୃନ୍ଦାବନ ବେହେରାକୁ କାବୁ କରି ନିର୍ଧୁମ ଚେଛିବା ସହ ପୋଲିସ ଜିମା ଦେଇଥିଲେ। ଗାଁ ଲୋକେ ତାଠାରୁ ଲୁହା ରଡ଼, ହାତୁଡି, ଶାବଳ ଏକ ବାଇକ ଓ ଚାବି ଭଙ୍ଗା ରଡ଼ ଜବତ କରି ପୋଲିସ ଜିମା ଦେଇଛନ୍ତି l ଅନ୍ୟ ଦୁଇ ଡକାୟତ ଘଟଣା ସ୍ଥଳରୁ ଫେରାର ହୋଇଯାଇନ୍ତି l ବୃନ୍ଦାବନ ନାମରେ ଭଦ୍ରକ ବାଲେଶ୍ୱର ଓ ରାଜ୍ୟର ଅନ୍ୟ ଜିଲ୍ଲା ଥାନା ମାନଙ୍କରେ ୪୦ ରୁ ଉର୍ଦ୍ଧ ଡକାୟତ ମାମଲା ରୁଜୁ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।