ଭୁବନେଶ୍ୱର ୦୫।୦୫ : ଯୁବକଙ୍କ ବେକ କାଟିଦେଲା ଦୁର୍ବୁତ୍ତ । ଗାଁ ମେଳଣ ବେଳେ ଯୁବକଙ୍କୁ ଏପରି ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ରେ ଚିକୁ ପାତ୍ରଙ୍କୁ କୌଣସି କାରଣରୁ ଦୁର୍ବୁତ୍ତମାନେ ଆକ୍ରମଣ କରିଥିଲେ । ଏକ ଧାରୁଆ ଅସ୍ତ୍ରରେ ଚିକଙ୍କୁ ବେକ କାଟିଦେଲା ଦୁର୍ବୁତ୍ତ । ଏହାପରେ ଦୁର୍ବୁତ୍ତ ଘଟଣାସ୍ଥଳରେ ଫେରାର ହୋଇଯାଇଛି । ସେପଟେ ଯୁବକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି ।