ଅପରାଧ ରାଜ୍ୟ

ଗାଁ ମୁଣ୍ଡ ଚାଷ ଜମିରେ ପଡିଛି ମୃତଦେହ, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା !

ଆନନ୍ଦପୁର ୦୩।୦୭ : ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ। ଗାଁ ମୁଣ୍ଡ ଚାଷ ଜମିରେ ମୃତଦେହ ପଡି ରହିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ଗୋପାଳପୁର ଗାଁ ନିକଟରେ ଗୋଟିଏ ମୃତଦେହ ପଡି ରହିଥିଲା। ଘଟଣା ପ୍ରଘଟ ପରେ ମୃତଦେହ ଟି ଖାଳିଆମେଣ୍ଟା ହରିଜନ ସାହିର ହୃଷିକେଶ ମଲ୍ଲିକ ବୋଲି ପରିଚୟ ମିଳିଛି।

ତେବେ ହୃଷିକେଶଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ଗତକାଲି ସକାଳୁ ଘରୁ କାମ କରିବାକୁ ଯାଇ ଆଉ ଫେରିନଥିଲେ। ତେବେ କିଛି ଦିନ ପୂର୍ବରୁ ଗାଁର ଅନ୍ୟ ଜଣେ ଯୁବକଙ୍କ ସହିତ ହୃଷିଙ୍କର କୌଣସି ଘଟଣାକୁ ନେଇ ଝଗଡା ହୋଇଥିଲା। ପୂର୍ବ ଝଗଡାକୁ କେନ୍ଦ୍ରକରି ଗାଁର ସେହି ଯୁବକ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।