ରାଜ୍ୟ

ଗାଁ ମହିଳାଙ୍କ ନିଶାମୁକ୍ତି ଅଭିଯାନ: ୧୫ବର୍ଷ ହେଲା ଗାଁରେ ମଦ ବନ୍ଦ

ନବରଙ୍ଗପୁର: ଗାଁରେ ମଦ ବିକ୍ରି କରିବାକୁ ଦିଆଯାଉନି। ମଦ ବିକିଲେ ଜରିମାନା ଆଦାୟ କରାଯାଉଛି। ମଦ ପିଇଲେ ବି ଦଣ୍ଡ ମିଳୁଛି। ଯାହାଫଳରେ ମଦ କାରବାର ସହ ମଦ୍ୟପାନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗାଁକୁ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ୧୫ବର୍ଷ ତଳେ ନବରଙ୍ଗପୁର ବ୍ଲକ ସିନ୍ଧିଗାଁ ଗ୍ରାମର ମହିଳା ଓ ଯୁବଗୋଷ୍ଠୀ ଆରମ୍ଭ କରିଥିବା ଅଭିଯାନକୁ ଏମିତି ସଫଳତା ମିଳିଛି। ସିନ୍ଧିଗାଁର ମହିଳାଙ୍କ କହିବା ଅନୁଯାୟୀ, ପୂର୍ବରୁ ନିଜ ଗାଁର ପୁରୁଷମାନେ ମଦ୍ୟପାନ କରି କିଛି କାମ କରୁନଥିଲେ। ମହିଳାମାନେ କୁଲି କରି ରୋଜଗାର କରୁଥିବା ଟଙ୍କା ଛଡ଼ାଇ ନେଇ ମଦ ପିଉଥିଲେ। ମଦ୍ୟପାନ କରିବା ପରେ ପତ୍ନୀ ଓ ପରିବାର ଲୋକଙ୍କୁ ମାର୍‌ପିଟ୍‌ କରୁଥିଲେ। ଏହାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତି ସୃଷ୍ଟି ହେଉଥିଲା। ଯାହାର ସିଧାସଳଖ ପ୍ରଭାବ ପିଲାଙ୍କ ଉପରେ ମଧ୍ୟ ପଡ଼ୁଥିଲା। ଏପରିକି ବହୁ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ତେଣୁ ଗାଁରେ ସଂପୂର୍ଣ୍ଣ ରୂପେ ମଦ ବନ୍ଦ କରିବା ପାଇଁ ମହିଳାମାନେ ନିଷ୍ପତ୍ତି ନେଇଥିଲେ। ମହିଳାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ ଗାଁର ଶିକ୍ଷିତ ଯୁବକ। ଏହାପରେ ମହିଳାଙ୍କ ସହିତ ମିଶି ଯୁବକମାନେ ଗାଁର ମଦ କାରବାର ବନ୍ଦ ଅଭିଯାନ ଆରମ୍ଭ କରିଥିଲେ।

ପ୍ରଥମେ ପ୍ରଥମେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମଦ ବ୍ୟବସାୟୀଙ୍କ ଆକ୍ରୋଶର ଶିକାର ହେବାକୁ ମଧ୍ୟ ହୋଇଥିଲେ। ତଥାପି ମହିଳାମାନେ ହାର ନ ମାନି ଗାଁରେ ସଂପୂର୍ଣ୍ଣ ରୂପେ ମଦ କାରବାରକୁ ବନ୍ଦ କରାଇବାରେ ସମର୍ଥ ହୋଇଥିବା ଏସ୍‌ଏଚ୍‌ଜି ସଦସ୍ୟାମାନେ କହିଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ଗାଁରେ ମଦ ବିକ୍ରି କରିବାକୁ ଉଦ୍ୟମ ଚାଲିଥିଲା। ଯାହାକୁ ନେଇ କିଛି ମଦ ବେପାରୀ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଶେଷରେ ମହିଳାଙ୍କ ନିଷ୍ପତ୍ତିର ବିଜୟ ହୋଇଥିଲା ଏବଂ ଗାଁରେ ମଦ ବିକ୍ରି କରିବା ପାଇଁ ବେପାରୀ ସୁଯୋଗ ପାଇଲେ ନାହିଁ। ଆଗାମୀ ଦିନରେ ବି ଗାଁର ମଦ ବିକ୍ରି କରିବାକୁ ଦିଆଯିବନି ବୋଲି ମହିଳାମାନେ କହିଛନ୍ତି। ଗ୍ରାମାଞ୍ଚଳର ମହିଳାଙ୍କ ଏହି ନିଶାମୁକ୍ତି ଅଭିଯାନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।