ଅପରାଧ ରାଜ୍ୟ

ଗାଁ ଦାଣ୍ଡରେ ଖେଳୁଥିଲା ଶିଶୁକନ୍ୟା, ମାଡ଼ିଗଲା ଦ୍ରୁତଗାମୀ ଟ୍ରାକ୍ଟର

ସୁନ୍ଦରଗଡ଼: ମଙ୍ଗଳବାର ସକାଳ ସାଢ଼େ ୬ଟାରେ ତଳସରା ଥାନା ଗାଇଲୋ ଗାଁ ବସ୍ତିରେ ଟ୍ରାକ୍ଟର ମାଡ଼ି ଯିବା ଫଳରେ ଏକ ୪ ବର୍ଷର ଶିଶୁକନ୍ୟାର ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତା ଶିଶୁ ହେଲେ ସରୋଜ ମହାକୁଳଙ୍କ ଝିଅ ରିଦ୍ଧି ମହାକୁଳ। ରିଦ୍ଧି ଘର ବାହାରେ ଥିବା ଗଳି ରାସ୍ତାରେ ଖେଳୁଥିବା ବେଳେ ଟ୍ରାକ୍ଟରଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ତୁରନ୍ତ ସବଡେଗା ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିଦ୍ଧିଙ୍କ ବାପା ସରୋଜ ବାହାରକୁ କାମ କରିବାକୁ ଯାଇଥିବା ବେଳେ ଘରେ ମା’ ଓ ଆଈ ପାଖରେ ସେ ରହୁଥିଲେ। କୁନି ଝିଅର ମୃତ୍ୟୁରେ ମା’ ଓ ଆଈ ଭାଙ୍ଗି ପଡ଼ିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟି ନିଜ ଗାଁ ସିବୁନ ନାଏକଙ୍କ ବୋଲି ଜଣାପଡ଼ିଛି। ଡ୍ରାଇଭରଙ୍କ ବେପରୱା ଚାଳନା ଯୋଗୁଁ ନିଷ୍ପାପ ଶିଶୁକନ୍ୟାର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ତଳସରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।