ଅପରାଧ ରାଜ୍ୟ

ଗାଁ ଗହଳିରେ ଏବେବି ଚାଲିଛି ଚେଙ୍କ ଚିକିତ୍ସା, ପୂଜାପାଠ କରି ଅସୁସ୍ଥଙ୍କୁ ଚେଙ୍କ ଦେଲେ ଦିସାରୀ

ମୋହନା ୨।୮: ଆଧୁନିକ ଯୁଗରେ ଉନ୍ନତ ଚିକିତ୍ସା ସତ୍ତ୍ବେ ଲୋକଙ୍କ ମନରୁ ଯାଇନି ଅନ୍ଧବିଶ୍ବାସ । ଗାଁ ଗହଳିର ଲୋକଙ୍କ ଦେହ ଖରାପ ହେଲେ ଏବେବି ଚେଙ୍କ ଚିକିତ୍ସା ଭରସା । ଲୋକେ ଡାକ୍ତରଖlନା ଯିବା ପରିବର୍ତ୍ତେ ଡାକୁଛନ୍ତି ଦିସାରିକୁ । ଏଭଳି ଅଭାବନୀୟ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ପୁରୁଣାପାଣି ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ରୁବାଲ ଗାଁର କିଛି ଶିଶୁ ଓ ମହିଳାଙ୍କ ଦେହ ଖରାପ ହୋଇଥିଲା । ଗାଁ ଲୋକେ ସଙ୍ଗେ ସଙ୍ଗେ ଦିସlରିକୁ ଡାକିଥିଲେ l ଦିସlରି ଗାଁ ଲୋକଙ୍କୁ ଗୋଟିଏ କୁକୁଡ଼ା, କିଛି ମଦ, ଚାଉଳ ଓ ଲୁଣ ଆଣିବାକୁ କହିଥିଲେ l ଏହାପରେ ପୂଜା ପାଠ କରି ଦେହ ଖରାପ ହୋଇଥିବା ଶିଶୁଙ୍କୁ ଚେଙ୍କ ଦେଇଥିଲେ l ଏଭଳି ଘଟଣା ସେହି ଅଞ୍ଚଳରେ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ଚୁପ୍ ବସିଥିବା ଅଭିଯୋଗ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।