ଅପରାଧ ରାଜ୍ୟ

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ରାସ୍ତାକଡ଼ରେ ପ୍ରସବ କଲେ ମହିଳା

କୋରାପୁଟ ୨୨।୦୯ : ଗାଁକୁ ନାହିଁ ପକ୍କା ରାସ୍ତା। ଆମ୍ଵୁଲାନ୍ସ ପହଞ୍ଚିବାରେ ବିଳମ୍ଵ ହେବାରୁ ରାସ୍ତା କଡ଼ରେ ପ୍ରସବ କଲେ ମହିଳା। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତ ଅଧିନସ୍ଥ ତୁନଖାଲ ଗାଁରୁ ଆସିଛି ଏମିତି ଏକ ଘଟଣା ।

ଖବର ଅନୁଯାୟୀ, ତୁନଖାଲ ଗାଁର ବସବାସ କରୁଥିବା କାର୍ତ୍ତିକ ମୁଦୁଲିଙ୍କ ସ୍ତ୍ରୀ ସ୍ଵାତୀ ମୁଦୁଲିଙ୍କୁ ବିଳମ୍ୱିତ ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ଵୁଲାନ୍ସକୁ ଫୋନ୍ କରିଥିଲେ। ଏହାପରେ ଆମ୍ଵୁଲାନ୍ସ ତୁନଖାଲ ଗାଁ ଅଭିମୁଖେ ବାହାରିଥିଲା। ହେଲେ ଗାଁକୁ ଯିବା ଲାଗି ରାସ୍ତା ସୁବିଧା ନଥିବା ଲାଗି ଦୁଇ କି.ମି ଦୂର ଧର୍ମଗଡା ଗାଁ ଛକ ନିକଟରେ ଆମ୍ବୁଲାନ୍ସ କାଦୁଅରେ ଫସିଥିଲା। ଅପର ପକ୍ଷେ ଆମ୍ଵୁଲାନ୍ସ ପହଞ୍ଚିବାରେ ବିଳମ୍ଵ ହେବାରୁ ସ୍ଵାତୀ ମୁଦୁଲି ରାସ୍ତାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହାପରେ ମହିଳା ଜଣକ ବହୁ କଷ୍ଟରେ ନବଜାତ ଶିଶୁକୁ ହାତରେ ଧରି ଚାଲିଚାଲି ଆମ୍ବୁଲାନ୍ସ ଗାଡି ପାଖକୁ ଯାଇଥିଲେ। ଏହାପରେ ତାଙ୍କୁ ଆମ୍ଵୁଲାନ୍ସ ଯୋଗେ ଦଶମନ୍ତପୁର ଗୋଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ମା ଓ ଶିଶୁ ଡାକ୍ତରଖାନାରେ ସୁସ୍ଥ ଥିବା ସୂଚନା ମିଳିଛି।

ତେବେ ଏହି ଗ୍ରାମକୁ ପକ୍କା ରାସ୍ତା ସୁବିଧା ନଥିବାରୁ ତୁନଖାଲ, ଗୋଜିଆ ଗୁଡା ଏବଂ ଝୋଲା ଗୁଡା ଭଳି ୩ ଖଣ୍ଡ ଗ୍ରାମବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ମାତ୍ର ୩ ରୁ ୪ କି.ମି ଦୂରରେ ଥିବା ଗାଁକୁ ଗମନାଗମନ ସୁବିଧା ପାଇଁ ପକ୍କା ରାସ୍ତାଟିଏ ନଥିବାରୁ ଏଭଳି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନାରେ ନେବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ତୁରନ୍ତ ଏଭଳି ଜନନୀ ଯନ୍ତ୍ରଣା ଭୋଗୁଥିବା ଗାଁ ମାନଙ୍କରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ପକ୍କା ରାସ୍ତା ନିର୍ମାଣ ସୁବିଧା କରିଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।