ମୁମ୍ବାଇ ୨୧।୦୭: ଖୁବ୍ ଶୀଘ୍ର ମମି-ଟୁ-ବି ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ । ନିକଟରେ ଆଲିଆ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ରେ ଡେବ୍ୟୁ କରି ମୁମ୍ବାଇ ଫେରିଥିଲେ। ସାମାନ୍ୟ ରେଷ୍ଟ ନେବା ପରେ ଅଭିନେତ୍ରୀ ପୁଣି ଥରେ ତାଙ୍କ ସୁଟିଂକୁ ଫେରିଛନ୍ତି । କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ର ସେଟରେ ଦେଖିବାକୁ ମିଳିଛନ୍ତି ଆଲିଆ-ରଣବୀର । ଯାହାକୁ ନେଇ ଦୁହେଁ ଖୁବ୍ ବ୍ୟସ୍ତ ଅଛନ୍ତି । ଗତ କାଲି ଅର୍ଥାତ୍ ବୁଧବାର ଦିନ ଆଲିଆ ତାଙ୍କ କୋ-ଷ୍ଟାର ରଣବୀର ମଧ୍ୟ ନଜର ଆସିଥିଲେ।
ଫଟୋ ଗୁଡ଼ିକରେ, ଆଲିଆ ଏକ କଳା ରଙ୍ଗର ଟ୍ରାଉଜର ଏବଂ ସ୍ଲାଇଡର୍ ଲୁଜ୍ ସାର୍ଟ ପିନ୍ଧିଥିବା ବେଲେ ରଣବୀର କଳା ଟ୍ରାକସୁଟ୍ରେ ନଜର ଆସିଛନ୍ତି। ଆଲିଆଙ୍କ ଏହି ଫଟୋର ଦେଖିଲେ ଲାଗୁଛି କି ସେ ଏହି ସମୟରେ ବହୁତ କୁଲ୍ ଲାଗୁଛନ୍ତି।
ନିକଟରେ, ଆଲିଆ ଲଣ୍ଡନରୁ ଫେରିବାବେଳେ ତାଙ୍କ ବେବି -ବମ୍ପ ପୂର୍ଣ୍ଣ ଭାବରେ ଦେଖାଯାଉଥିଲା । ସେ ଗର୍ଭବତୀ ହେବା ପରେ ପ୍ରଥମ ଥର ତାଙ୍କୁ ଏୟାରପୋର୍ଟରେ ଦେଖି ପ୍ରଶଂସକମାନେ ଖୁସି ହୋଇ ଯାଇଥିଲେ । ଆଲିଆ ଏବଂ ରଣବୀରଙ୍କ ସହ ତାଙ୍କ ପରିବାରର ସମସ୍ତେ ସଦସ୍ୟ ସେମାନଙ୍କର ପ୍ରଥମ ଶିଶୁକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ।

