ଅପରାଧ ଦେଶ ବିଦେଶ

ଗର୍ଭବତୀ ହେଲେ ଦୁଇ ମହିଳା କଏଦୀ, ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଲା

ନୂଆଦିଲ୍ଲୀ: ଜେଲ୍‌ରେ ସଜା କାଟୁଥିବା ଦୁଇ ମହିଳା ଗର୍ଭବତୀ ହୋଇଛନ୍ତି। ଆଉ ଏହି ମହିଳାଙ୍କୁ ଗର୍ଭବତୀ କରିଛନ୍ତି ଜଣେ କିନ୍ନର କଏଦୀ। ମାମଲା ସାମ୍ନାକୁ ଆସିବା ପରେ କିନ୍ନରଙ୍କୁ ମହିଳା ଜେଲ୍‌ରୁ ହଟାଇ ପୁରୁଷ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏବେ ଉକ୍ତ କିନ୍ନର କଏଦୀ ନୂତନ ଜେଲ୍‌ରେ ତାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ହେଉଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ଜେଲ୍‌ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମାମଲା ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି।

ଏହି ମାମଲା ଆମେରିକାର ନ୍ୟୁଜର୍ସିର। ସାବତ ବାପାଙ୍କୁ ଛୁରି ଭୁଶି ହତ୍ୟା କରିବା ମାମଲାରେ କିନ୍ନର ଡେମି ମାଇନର ୩୦ ବର୍ଷ ଦଣ୍ଡ ଭୋଗୁଛନ୍ତି। ୨୭ ବର୍ଷୀୟ ଡେମୀ ଜେଲ୍‌ରେ ଥିବା ସମୟରେ ଦୁଇ ସାଥୀ ମହିଳା କଏଦୀଙ୍କୁ ଗର୍ଭବତୀ କରି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏବେ ତାଙ୍କୁ ନୂତନ ଜେଲରେ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି।

ଡେଲି ମେଲ୍‌ ସହ ଆଲୋଚନା ବେଳେ ଉକ୍ତ ଜେଲ୍‌ ବିଷୟରେ ଜାଣିଥିବା ଜଣେ ବ୍ୟକ୍ତି କହିଛନ୍ତି, ମନୋରଞ୍ଜନ ସମୟରେ କଏଦୀଙ୍କ କୋଠରୀ ଖୋଲା ରହିଥାଏ। ଏହି ସମୟରେ ଜଣେ କଏଦୀ ଅନ୍ୟ କଏଦୀଙ୍କ ସେଲ୍‌କୁ ଲୁଚିଛପି ପହଞ୍ଚି ଯାଆନ୍ତି। ଏହା ପରେ ଏହି ଲୋକେ ବାଥରୁମକୁ ଯାଇ ଶାରୀରିକ ସଂପର୍କ ରଖିଥାନ୍ତି। ସୂଚନାଯୋଗ୍ୟ, ୧୬ ବର୍ଷ ବୟସରେ ଡେମୀ ନିଜ ସାବତ ବାପା ଥିଓଟିସ୍ ବଟ୍ସଙ୍କ ହତ୍ୟା କରିଥିଲେ। ଏହି ଘଟଣାରେ ଏବେ ସେ ସଜା କାଟୁଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ